ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ବିବାଦୀୟ ଜମିରେ ନିର୍ମାଣ ହେବ ମନ୍ଦିର । ଏନେଇ ସୁପ୍ରିମ କୋର୍ଟ ରାୟ ଦେଇଛନ୍ତି । ସେହିଭଳି ସୁନିୱାକଅପ ବୋର୍ଡ ମୁସଲମାନ ପକ୍ଷକୁ ଅଯୋଧ୍ୟାରେ ୫ ଏକର ଜମି ଦିଆଯିବ । ଯେଉଁଠି ମୁସଲମାନ ମାନେ ସେମାନଙ୍କ ମସଜିଦ ନିର୍ମାଣ କରିବେ । ସେହିଭଳି ମନ୍ଦିର ନିର୍ମାଣ ପାଇଁ ଟ୍ରଷ୍ଟକୁ ଏହି ବିବାଦୀୟ ଜମି ଦିଆଯିବ ।
୩ ମାସ ମଧ୍ୟରେ ଏହି ଟ୍ରଷ୍ଟବୋର୍ଡ ଗଠନ କରିବେ କେନ୍ଦ୍ରସରକାର । ସୂଚନାଯୋଗ୍ୟ ପ୍ରଧାନ ବିଚାରପତି ରଞ୍ଜନ ଗାଗୋଇଙ୍କ ଅଧ୍ୟକ୍ଷଙ୍କ ନେତୃତ୍ୱରେ ୫ ଜଣିଆ ଖଣ୍ଡପୀଠ ଏହି ଐତିହାସିକ ରାୟ ଦେଇଛନ୍ତି । ଦୀର୍ଘ ୬୯ ବର୍ଷ ହେଲା ଏହି ବିବାଦୀୟ ଜମିକୁ ନେଇ ଲାଗି ରହିଥିଲା ବିବାଦ ।