ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆର୍ଥିକ ସଙ୍କଟ ଦେଇ ଗତିକରୁଥିବା କମ୍ପାନୀ ଏବଂ କର୍ମଚାରୀଙ୍କୁ ଆଶ୍ୱସ୍ତି ଦେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି କି, ଆଗାମୀ ତିନି ମାସ ପର୍ଯ୍ୟନ୍ତ ଘରୋଇ କମ୍ପାନୀ ଗୁଡିକୁ ୧୨ ପ୍ରତିଶତ ବଦଳରେ ୧୦ ପ୍ରତିଶତ ପିଏଫ ଦେବାକୁ ପଡିବ । ଅଗଷ୍ଟ ମାସ ପର୍ଯ୍ୟନ୍ତ ସରକାର ଇପିଏଫ ର ଅଂଶ ଦେବେ ।
ଏନେଇ ଅର୍ଥ ରାଜ୍ୟ ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି କି, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜରେ ଗୋଟେ ସୁବିଧା ଦିଆଯାଇଥିଲା କି ୧୨-୧୨ ପ୍ରତିଶତ ଇପିଏଫ କର୍ମଚାରୀ ଏବଂ କମ୍ପାନୀକୁ ଭାରତ ସରକାର ଦେବେ । ପ୍ରଥମେ ଏହା ତିନି ମାସ ପାଇଁ କରାଯାଇଥିଲା, ଏବେ ଏହାକୁ ବୃଦ୍ଧି କରାଯାଇ ଆଗାମୀ ତିନି ମାସ ତଥା ଜୁନ୍, ଜୁଲାଇ ଏବଂ ଅଗଷ୍ଟ ପର୍ଯ୍ୟନ୍ତ କରାଯାଇଛି ।
ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି କି ୧୫ ହଜାର ବେତନ ପାଉଥିବା କର୍ମଚାରୀଙ୍କ ଇପିଏଫ ସରକାର ଦେବେ । ଏହାଦ୍ୱାରା ୩,୬୭,୦୦୦ ସଂସ୍ଥା ର ୭୨,୨୨,୦୦୦ କର୍ମଚାରୀଙ୍କୁ ଏହାର ଲାଭ ମିଳିବ ।