ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଲୋକସଭା ନିର୍ବାଚନ ପ୍ରଚାର ଅବସରରେ ଝାରଖଣ୍ଡର ପଲାମୁରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ଏକ ବିବାଦୀୟ ବୟାନ ଦେଇଛନ୍ତି । ସେ ଲାଲୁ ପ୍ରସାଦ ଯାଦବଙ୍କ ଉପରେ ହମଲା କରି କହିଛନ୍ତି କି, ବାଲାକୋଟ ଏୟାରଷ୍ଟ୍ରାଇକ ପରେ ଲାଲୁ ପ୍ରସାଦଙ୍କ ସମର୍ଥକଙ୍କ ମୁହଁ ଏଭଳି ହୋଇଯାଇଛି, ଯେଭଳି ତାଙ୍କର କୌଣସି ଦାଦା ପୁଅ ଭାଇ କିମ୍ବା ମାମୁଁ ପୁଅ ଭାଇର ମୃତ୍ୟୁ ହୋଇ ଯାଇଛି ।
ସବୁଠାରୁ ବଡ କଥା ହେଉଛି ଚାରା ଘୋଟାଲାରେ ଏବେ ଜେଲ ସଜା କାଟୁଛନ୍ତି ଲାଲୁ ଏବଂ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ନଥିବାରୁ ହସ୍ପିଟାଲରେ ଅଛନ୍ତି । ନିକଟରେ ଲାଲୁଙ୍କ ପରିବାର ଲୋକ ଅଭିଯୋଗ ଆଣିଥିଲେ କି ସେମାନଙ୍କୁ ଲାଲୁଙ୍କ ସହିତ ଦେଖା କରିବାକୁ ଦିଆଯାଉ ନାହିଁ । ଏହାସହିତ ଏହା ପଛରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଷଡଯନ୍ତ୍ର ଅଛି ବୋଲି ସେମାନେ କହିଥିଲେ ।
ଅମିତ୍ ଶାହା ବି ଏବେ ଲାଲୁଙ୍କ ଉପରେ ହମଲା କରିଛନ୍ତି । ପଲାମୁ ରେ ଅମିତ୍ ଶାହା ବିପକ୍ଷ ଦଳକୁ ଘେରିବା ସହିତ ଲାଲୁଙ୍କ ପରିବାରକୁ ମଧ୍ୟ ଘେରିଛନ୍ତି । ଜନସଭାରେ ସେ ଖାସ୍ କରି କହିଛନ୍ତି କି, ପୁଣି ଥରେ ଦେଶର ପ୍ରଧାନମନ୍ତ୍ରୀ ମୋଦି ଜୀ ହେବେ ବୋଲି ଜନତା ଗଣ୍ଠି କରି ବସିଛନ୍ତି । ମୋଦିଙ୍କ ଭଳି ନେତୃତ୍ୱ ବର୍ଷେ ପରେ ପ୍ରାପ୍ତ ହୋଇଛି । ଦେଶକୁ ସୁରକ୍ଷତି ରଖିବାର ବଡ କାମ ମୋଦି କରିଛନ୍ତି । ଏବେ ଚାରିଆଡେ ଖାଲି ମୋଦି ମୋଦି ଶବ୍ଦ ଶୁଣିବାକୁ ମିଳୁଛି ।