ମୁମ୍ବାଇ(ଏଟିଆର ବ୍ୟୁରୋ): ଚଳିତ ବର୍ଷ ସବୁ ଠାରୁ ଚର୍ଚ୍ଚିତ ନିର୍ବାଚନ ମହାରାଷ୍ଟ୍ରରେ ଦେଖିବାକୁ ମିଳିଥିଲା । ତେବେ ନିର୍ବାଚନ ଫଳାଫଳ ଆସିବା ପରେ ମହାରାଷ୍ଟ୍ରରେ କିଏ ସରକାର ଗଢିବ ସେ ନେଇ ବହୁ କଳ୍ପନା ଜଳ୍ପନା କରାଯାଉଥିଲା । ଶୁଣିବାକୁ ମିଳୁଥିଲା ବିଜେପି ଓ ଶିବସେନା ମିଶି ସରକାର ଗଠନ କରିବେ । ହେଲେ ବିଜେପି ଓ ଶିବସେନା ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ କଳହ ଛିଣ୍ଡି ପାରି ନଥିଲା । ହଟାତ୍ ଦେବେନ୍ଦ୍ର ଫଡନବିସ ମୁଖ୍ୟମନ୍ତ୍ରୀ ହୋଇଯାଇଥିଲେ । କିନ୍ତୁ ମାତ୍ର ୭୨ ଘଣ୍ଟା ପରେ ତାଙ୍କ ସରକାର ଭାଙ୍ଗି ଯାଇଥିଲା । ଏହା ପରେ ଶିବସେନା କଂଗ୍ରେସ ଓ ଏନସିପି ସହ ମିଶି ସରକାର ଗଠନ କରିଥିଲେଏବଂ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ।
ତେବେ ଆଜି ମହାରାଷ୍ଟ୍ର ବିଧାନସଭା ଠାରେ ଉଦ୍ଧବ ଠାକରେ କୃଷକଙ୍କ ଋଣଛାଡ ପାଇଁ ଘୋଷଣା କରିଛନ୍ତି । ଉଦ୍ଧବଙ୍କ ଘୋଷଣା ଅନୁସାରେ ୨ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଋଣ ଛାଡ କରାଯିବ । ମହାରାଷ୍ଟ୍ର ସରକାର ଏଥିପାଇଁ ସିଧାସଳଖ ବ୍ୟାଙ୍କରେ ଟଙ୍କା ଜମା କରିବେ । ଏହି ଘୋଷଣା ହେବା ମାତ୍ରେ ବିରୋଧି ଦଳର ନେତା ମାନେ ସରକାରଙ୍କୁ ଘେରିଛନ୍ତି । ବିରୋଧି ଦଳର ନେତା ମାନେ ଦାବୀ କରିଛନ୍ତି ଯେ ୨ଲକ୍ଷ ନୁହଁ ବଂର କୃଷକ ମାନଙ୍କର ସମସ୍ତ ଋଣ ଛାଡ କରାଯାଉ । ଏହାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବସି କହିଛନ୍ତି ଯେ, ଏମିତି ହେଲେ ସରକାର କୃଷକଙ୍କୁ ଦେଇଥିବା କଥା ରକ୍ଷାକରି ପାରିବେ ନାହିଁ ।
Opposition has staged walk out from the Maharashtra legislative assembly demanding complete waiver of farmers' loans, after Chief Minister Uddhav Thackeray's announcement of farm loan waiver. https://t.co/J02XZ3Mv3m
— ANI (@ANI) December 21, 2019