ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଉତ୍ତର ପ୍ରଦେଶରେ ଜାନୁଆରୀ ୨୦୨୧ ରୁ ସମସ୍ତ ଚାରି ଚକିଆ ଗାଡି ଗୁଡିକ ପାଇଁ ଫାସଟାଗ ବାଧ୍ୟତାମୂଳକ କରାଯାଇଛି । ଡିଜିଟାଲାଇଜେସନକୁ ବୃଦ୍ଧି କରାଇବା ପାଇଁ କେନ୍ଦ୍ର ସରକାର ଦେଶର ସମସ୍ତ ଟୋଲ ପ୍ଲାଜାରେ ନଗଦ ନେଣ-ଦେଶକୁ ବନ୍ଦ କରୁଛନ୍ତି । ଏନେଇ ଏନଏଚଏଆଇ ର ପରିଯୋଜନା ନିର୍ଦ୍ଦେଶକ ଏନଏନ ଗିରି କହିଛନ୍ତି କି,କେନ୍ଦ୍ରସରକାର ୩୧ ଡିସେମ୍ବର ପର୍ଯ୍ୟନ୍ତ ଫାସଟାଗ ବ୍ୟବହାର ୧୦୦ ପ୍ରତିଶତ କରିବାକୁ ଚାହୁଁଛନ୍ତି । ଯଦି ଗାଡି ମାଲିକମାନେ ସେମାନଙ୍କ ଗାଡିରେ ଫାସଟାଗ ନଲଗାଉଛନ୍ତି ସେମାନଙ୍କୁ ଜାନୁଆରୀରୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ ।
ସେ ଆହୁରି ମଧ୍ୟ କହିଛନ୍ତି କି, ନଭେମ୍ବର ୧୫ରେ କେନ୍ଦ୍ର ସରକାରଙ୍କ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ପକ୍ଷରୁ ଏକ ଅଧିସୂଚନା ଜାରି କରାଯାଇଥିଲା । ଏହାପରେ ଲକ୍ଷେ୍ନøର ଇଟୁଞ୍ଜା ଏବଂ ଦକ୍ଷୀନା ଟୋଲ ପ୍ଲାଜାରେ ଜାନୁଆରୀରୁ ସମସ୍ତ ଚାରି ଚକିଆ ଗାଡିରେ ଫାସଟାଗ ବାଧ୍ୟତାମୂଳକ କରାଯାଇଛି ।
ଭାରତୀୟ ରାଷ୍ଟ୍ରୀୟ ରାଜପଥ ପ୍ରାଧିକରଣ ଅନୁସାରେ ଫାସଟାଗ, ଇକମର୍ସ ୱେବସାଇଟ ଆମାଜନ, ଫ୍ଲିପକାର୍ଟ, ସ୍ନାପଡିଲ ଏବଂ ପେଟିଏମ ରେ ଉପଲବ୍ଧ ଅଛି । ସେହିପରି ବ୍ୟାଙ୍କ ଏବଂ ପେଟ୍ରୋଲ ପମ୍ପରୁ ବି ଫାସଟାଗ୍ କିଣି ପାରିବେ ।
ଫାସଟାଗ କିଣିବା ପାଇଁ ଆପଣଙ୍କୁ ଡ୍ରାଇଭିଂ ଲାଇସେନ୍ସର ଫଟୋ କପି ଏବଂ ଗାଡି ରେଜିଷ୍ଟ୍ରେସନ ଜରୁରୀ । ସେହିପରି ଫଟୋ ଆଇଡି ଭାବେୂ ଆଧାରକାର୍ଡ, ପାସପୋଟ ବା ପାନକାର୍ଡ ବ୍ୟବହାର କରିପାରିବେ ।