ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଯଦି ଆପଣ ଏପର୍ଯ୍ୟନ୍ତ ଆପଣଙ୍କ ଗାଡିରେ ଫାସ୍ ଟ୍ୟାଗ ଲଗାଇ ନାହାନ୍ତି ,ତେବେ ଆପଣଙ୍କ ପାଖରେ ରହିଛି ଏହି ଫାସ୍ ଟ୍ୟାଗ ସୁବିଧା ମଗଣାରେ ପାଇବାର । ନେସନାଲ ହାଇୱେ ଅଥରିଟି ଅଫ୍ ଇଣ୍ଡିଆ (ଏନଏଚଏଆଇ) ର ଟୋଲ ପ୍ଲାଜା ରେ ଆଗାମୀ ୧୫ ଦିନ ପର୍ଯ୍ୟନ୍ତ ଫାସ୍ ଟ୍ୟାଗ ମାଗଣାରେ ମିଳିବ । ଫେବୃଆରୀ ୧୫ ରୁ ୨୯ ଫେବୃଆରୀ ମଧ୍ୟରେ ଏନଏଚଆଇ ଟୋଲ ପ୍ଲାଜାରେ ଫାସ୍ ଟ୍ୟାଗ ପାଇଁ କୌଣସି ଶୁଳ୍କ ଲାଗିବ ନାହିଁ । ଏହାପୂର୍ବରୁ ଏନଏଚଆଇ ରେ ନଭେମ୍ବର ୨୨ ରୁ ଡିସେମ୍ବର ୧୫ ପର୍ଯ୍ୟନ୍ତ ମାଗଣାରେ ଫାସ୍ ଟ୍ୟାଗ ଉପଲବ୍ଧ କରାଯାଇଥିଲା ।
ରିପୋର୍ଟ ମୁତାବକ, ନେସନାଲ ହାଇୱେର ଟୋଲ ପ୍ଲାଜା ଦେଇ ଯିବା ଆସିବା କରୁଥିବା ସମସ୍ତ ଚାରିଚକିଆ ଗାଡିରେ ଫାସ୍ ଟ୍ୟାଗ ଲଗାଇବା ବାଧ୍ୟତାମୂଳକ । ଡିଜିଟାଲ ପେମେଣ୍ଟକୁ ବୃଦ୍ଧି କରାଇବା ସହିତ ପ୍ରଦୂଷଣ କମ୍ କରିବା ଏବଂ ଲମ୍ବା ଧାଡିରୁ ରକ୍ଷା କରାଇବା ପାଇଁ ଏହି ସିଷ୍ଟମ କେନ୍ଦ୍ରସରାକର ପକ୍ଷରୁ ଲାଗୁ କରାଯାଇଛି ।
ଏନଏଚଏଆଇ ର ଫାସ୍ ଟ୍ୟାଗ୍ ଟୋଲ ପ୍ଲାଜା, ଆରଟିଓ, କମନ ସର୍ଭିସ ସେଣ୍ଟର, ଟ୍ରାନସପୋର୍ଟ ହବ ଏବଂ ପେଟ୍ରୋଲ ପମ୍ପରେ ମିଳିବ । ଫାସ୍ ଟ୍ୟାଗ ନେବା ପାଇଁ ଗ୍ରାହକଙ୍କୁ ଗାଡିର ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ ମାନେ ଆରସି ବୁକ୍ ପାଖରେ ରଖିବା ଉଚିତ୍ ।
ଫାସ୍ ଟ୍ୟାଗ କଣ?
ଏହା ଏକ ପ୍ରକାରର ଇଲେକ୍ଟ୍ରୋନିକ୍ସ ଟେକନିକ, ଯାହା ନେସନାଲ ହାଇୱେ ଟୋଲ ପ୍ଲାଜାରେ ଉପଲବ୍ଧ । ଏହି ଟେକନିକ୍ ରେଡିଓ ଫ୍ରିକ୍ୟୁଏନ୍ସି ଆଇଡେଣ୍ଟିଫିକେସନ୍ ର ପିନ୍ସିପୁଲ ଉପରେ କାମ କରୁଛି । ଏହି ଟ୍ୟାଗକୁ ଗାଡିର ୱିଣ୍ଡସ୍କ୍ରିନ୍ ରେ ଲଗା ଯାଏ, ଯାହାଦ୍ୱାରା ଟୋଲ ପ୍ଲାଜାରେ ଲାଗିଥିବା ସେଂସର ଏହାକୁ ସ୍କାନ କରିପାରିବ । ଏହି ଟ୍ୟାଗ ଲାଗିବା ପରେ ଟୋଲ ପ୍ଲାଜାରେ ଚାର୍ଜ ଆପେ ଆପେ କଟିଯାଏ । ଏଥିପାଇଁ ଗାଡିକୁ ଅଧିକ ସମୟ ଅପେକ୍ଷା କରିବାକୁ ପଡେ ନାହିଁ । ଗୋଟେ ଥର ଜାରି କରାଯାଇଥିବା ଫାସ୍ ଟ୍ୟାଗ ୫ ବର୍ଷ ପାଇଁ ଆକ୍ଟିଭ ରହିଥାଏ । କେବଳ ସମୟ ଅନୁସାରେ ଏହାକୁ ରିଚାର୍ଜ କରିବାକୁ ପଡିଥାଏ ।