ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ କରୋନା ଭାଇରସ ଥମିବାର ନାଁ ଧରୁନି । ଏହି ଭାଇରସକୁ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଯଥାସମ୍ଭବ ପଦକ୍ଷେପ ନିଆଯାଉଛି । ଇତିମଧ୍ୟରେ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଏଆଇ) ପକ୍ଷରୁ କୁହାଯାଇଛି କି, ଲକ୍ ଡାଉନ୍ ପରେ କରୋନା ବ୍ୟାପିବା ରୋକିବାରେ ଫାସଟ୍ୟାଗ୍ ସଫଳ ପ୍ରମାଣିତ ହେବ ।
ଫାସଟ୍ୟାଗ୍ ଏକ ଏଭଳି ଟେକନିକ, ଯାହା ବିନା ମାନବ ସମ୍ପର୍କରେ ଜାତୀୟ ରାଜପଥରେ ଟୋଲ ଫି ଜମା କରିବାରେ ସହାୟକ ହୋଇଥାଏ । ଗାଡିରେ ଫାସଟ୍ୟାଗ ଲଗାଇ ଦିଆଯିବା ଫଳରେ, ଏହା ରାଜପଥରେ ରେଡିଓ ଫ୍ରିକ୍ୱେନସି ଆଇଡେଣ୍ଟିଫିକେସନ ଜରିଆରେ ସିଧା ସଳଖ ବ୍ୟକ୍ତିଙ୍କ ଆକାଉଣ୍ଟରୁ ଟୋଲ ଟ୍ୟାକ୍ସ ଜମା କରିଦେଇଥାଏ । ଏହାପରେ ଗ୍ରାହକଙ୍କ ପାଖକୁ ମେସେଜ ଯାଇଥାଏ ।
ଏନଏଚଏଆଇ ଅନୁସାରେ , ଲକ୍ ଡାଉନ୍ ପରେ ବି ଫାସଟ୍ୟାଗ୍ ସହାୟକ ହେବ କାରଣ ଏହା ମାନବ ସମ୍ପର୍କକୁ କମ କରିବ ଏବଂ ମାରାତ୍ମକ ଭାଇରସକୁ ଟୋଲ ବୁଥ୍ ଜରିଆରେ ବ୍ୟାପିବାରେ ରୋକିବାକୁ ବି ସହାୟକ ହେବ । ପ୍ରକୃତରେ ଫାସଟ୍ୟାଗ ଦ୍ୱାରା ଟୋଲ ଫି ଜମା କରିବା ସମୟରେ କୌଣସି ବ୍ୟକ୍ତିଙ୍କର ଟୋଲ କର୍ମଚାରୀଙ୍କ ସହ ସମ୍ପର୍କ ହୋଇନଥାଏ ।