ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଫାସଟାଗ୍ କୁ ନେଇ ଦେଶରେ ଦୀର୍ଘ ଦିନରୁ ଭିନ୍ନ ଭିନ୍ନ ଖବର ଶୁଣିବାକୁ ମିଳୁଛି । କିଛି ଲୋକ ଫାସଟାଗ୍ କିଣିବାରେ ଚିନ୍ତିତ ତ ପୁଣି କିଛି ଲୋକ ଏହାକୁ ରିଚାର୍ଜ କରିବାର ରାସ୍ତା ଖୋଜୁଛନ୍ତି । ଏହାରି ମଧ୍ୟରେ ଫାଷ୍ଟଟାଗ୍ କୁ ନେଇ ଆଉ ଏକ ଖବର ସାମ୍ନାକୁ ଆସିଛି । ଆଜ୍ଞା ହଁ ଏବେ ଫାସଟାଗ୍ ଆକାଉଣ୍ଟରୁ ନ୍ୟୁନତମ ରାଶି ରଖିବାର ବ୍ୟବସ୍ଥାକୁ ହଟାଇ ଦିଆଯାଇଛି । ଏନେଇ ନେସନାଲ ହାଇୱେ ଅଥରିଟି ପକ୍ଷରୁ କୁହାଯାଇଛି କି, ଫାସଟାଗ୍ ୱାଲେଟରେ ନ୍ୟୁନତମ ରାଶି ରଖିବାର ଆବଶ୍ୟକତାକୁ ହଟାଇ ଦିଆଯାଇଛି । ଏଭଳି କରିବାର ମୂଳ ଉଦ୍ୟେଶ ହେଉଛି ଇଲେକ୍ଟ୍ରନିକ ଟୋଲ ପ୍ଲାଜାରେ ଗତିବିଧିକୁ ସହଜ କରିବା ।
ଫାସଟାଗ୍ କିଣିବା ସମୟରେ ପାସେଞ୍ଜର ଗାଡି ଯେପରିକି, କାର୍ ଜିପ୍, ଭ୍ୟାନ୍ ଆଦି ପାଇଁ ଆକାଉଣ୍ଟରେ ସିକ୍ୟୁରିଟି ରୂପେ କିଶି ରାଶି ରଖାଯାଉଥିଲା । ସେହିପରି ଟୋଲ ପ୍ଲାଜା ଦେଇ ଗଲା ବେଳେ ଗାଡି ମାଲିକଙ୍କ ଫାସଟାଗ ଆକାଉଣ୍ଟରେ ସିକ୍ୟୁରିଟଇ ବ୍ୟତିତ ରିଚାର୍ଜ ନଥିଲେ ତାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । କିନ୍ତୁ ଏବେ ଏଥିରେ ସହଜ ହେବ । ଟୋଲ ପ୍ଲାଜା ପାର୍ ହେବା ପରେ ଯଦି ଆପଣଙ୍କ ଆକାଉଣ୍ଟରେ ନେଗେଟିଭ ବାଲାନ୍ସ ହୋଇଯାଉଥିବ ତେବେ ବ୍ୟାଙ୍କ ସିକ୍ୟୁରିଟି ରାଶିରୁ କାଟି ପାରେ । ଯାହାଫଳରେ ଗାଡି ମାଲିକ ଦ୍ୱାରା ଆଗାମୀ ରିଚାର୍ଜ ନିର୍ଦ୍ଧାରଣ ସମୟ ଆଗରୁ ଭରିବାକୁ ହେବ ।
ଅନ୍ୟପଟେ ୧୫ ଫେବୃଆରୀ ୨୦୨୧ ରୁ ଫାସଟାଗ ମାଧ୍ୟମରେ ଟୋଲ ପ୍ଲାଜାରେ ପେମେଣ୍ଟ କରିବା ବାଧ୍ୟତାମୂଳକ ହୋଇଯିବ । କାରଣ ନେସନାଲ ହାଇୱେ ଅଇରିଟି ସାରା ଦେଶରେ ଟୋଲ ପ୍ଲାଜାରେ ୧୦୦ ପ୍ରତିଶତ କ୍ୟାଶଲେସ ଟୋଲ କରିବାର ଲକ୍ଷ୍ୟ ରଖିଛି ।