ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଜମ୍ମୁ-କଶ୍ମୀର ବଡଗାମ ଠାରେ ଭାରତୀୟ ବାୟୁସେନାର ମିଗ୍ ଯୁଦ୍ଧ ବିମାନ ଦୁର୍ଘଟଣାଗସ୍ତ ଘଟିଛି । ଏଥିରେ ଦୁଇ ଜଣ ପାଇଲଟ ସହୀଦ ହୋଇଛନ୍ତି । ମିଗ୍ ୨୧ ବିମାନଟି ଶ୍ରୀନଗରରୁ ଉଡାଣ ଭରିଥିଲା । ଦୁର୍ଘଟଣା କାରଣ ଏଯାଏଁ ସ୍ପଷ୍ଟ ହୋଇନଥିଲେ ମଧ୍ୟ କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦୁର୍ଘଟଣା ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି ।
ଖବରମୁତାବକ, ପୂର୍ବରୁ ମଧ୍ୟ ଭିନ୍ନ ଭିନ୍ନ ଘଟଣାେରେ ମିଗ ବିମାନ ଦୁର୍ଘଟଣାର ସମ୍ମୁଖୀନ ହୋଇ ସାରିଛି । କିନ୍ତୁ ଗତ ମଙ୍ଗବାର ପାକିସ୍ତାନ ଉପରେ ହୋଇଥିବା ଏୟାର ଷ୍ଟ୍ରାଇକ ପରେ ଦେଶର ସମସ୍ତ ଅଞ୍ଚଳକୁ ହାଇ ଆଲର୍ଟ କରାଯାଇଛି । ସେଥିପାଇଁ ଏହି ଦୁର୍ଘଟଣାକୁ ବଡ ବୋଲି କୁହାଯାଉଛି । ଏହି ମିଗ୍ ବିମାନଟି ଏୟାର ପେଟ୍ରୋଲ ମିଶନ ପାଇଁ କଶ୍ମୀରରୁ ଉଡାଣ ଭରିଥିଲା ।
ବଡଗାମ ଠାରେ ବିମାନଟି କ୍ରାସ ହୋଇ ତଳକୁ ଖସି ପଡିଥିଲା । ତାପରେ ବିମାନଟି ଜଳିବାକୁ ଲାଗିଥିଲା । ଏଥିରେ ଦୁଇ ଜଣ ପାଇଲଟ ସହୀଦ ହୋଇଥିବା ଖବର ସାମ୍ନାକୁ ଆସିଛି । ବିମାନଟି ଦୁର୍ଘଟଣା ଘଟିବା ପରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକ ରୁଣ୍ଢ ହୋଇଥିବା ଦେଖିବାକୁ ମିଳିଛି ।
ଗତ ମଙ୍ଗଳବାର ଭାରତୀୟ ବାୟୁସେନା ବିମାନ ପାକିସ୍ତାନ ଅଧିକୃତ ଅଞ୍ଚଳରେ ପଶି ଆତଙ୍କୀ ଶିବିରକୁ ବୋମା ବର୍ଷଣ କରିଥିଲେ । ଏଥିରେ ୩୦୦ ଆତଙ୍କବାଦୀ ନିପାତ ହୋଇଥିଲେ । ଏହାପରେ ଏବେ ଭାରତର ବିଭିନ୍ନ ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯାଇଛି ।