ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଭରୁଥିବା ବ୍ୟକ୍ତିଙ୍କ ପାଇଁ ବଡ ଆଶ୍ୱସ୍ତି ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ୨୦୧୯-୨୦ ପାଇଁ ଇନକମ ଟ୍ୟାକ୍ସ ରିଟର୍ଣ୍ଣର ଶେଷ ତାରିଖ ୩୧ ଜୁଲାଇ ୨୦୨୦ ରୁ ବୃଦ୍ଧି କରାଯାଇ ୩୦ ନଭେମ୍ବର ୨୦୨୦ କରାଯାଇଛି । ଏହାସହିତ ଟ୍ୟାକ୍ସ ଅଡିଟର ତାରିଖ ୩୦ ସେପ୍ଟମ୍ବର ୨୦୨୦ରୁ ବୃଦ୍ଧି କରାଯାଇ ୩୧ ଅକ୍ଟୋବର ୨୦୨୦ କରାଯାଇଛି ।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ବିଶ୍ୱାସ ସ୍କିମ ଅନୁଯାୟୀ ଯେଉଁ କମ୍ପାନୀର ଟ୍ୟାକ୍ସ ବିବାଦ ପାଇଁ ବାକି ଅଛି, ତାହା ୩୧ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ବିନା କୌଣସି ସୁଧରେ ଟ୍ୟାକ୍ସ ଦେଇ ପାରିବେ । ସେହିପରି ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ଟିଡିଏସ-ଟିସିଏସର ଦର ରେ ୨୫ ପ୍ରତିଶତ ହ୍ରାସ ହେବ ।
ସେ ଆହୁରୀ ମଧ୍ୟ କହିଛନ୍ତି କି, ଆସନ୍ତା କାଲିଠାରୁ ଆଗାମୀ ବର୍ଷ ପର୍ଯ୍ୟନ୍ତ ଟିଡିଏସ ଏବଂ ଟିଜିଏସ ପାଇଁ ୨୫ ପ୍ରତିଶତ ଭରିବାରେ ଛାଡ କରାଯାଉଛି । ଯାହା ଆଗାମୀ ବର୍ଷ ୩୧ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ଜାରି ରହିବ । ଏହାଦ୍ୱାରା ୫୦ ହଜାର କୋଟି ଟଙ୍କାର ଫାଇଦା ଦେବ ।