ବେଙ୍ଗାଲୁର ( ଏଟିଆର ବ୍ୟୁରୋ): ବିଶିଷ୍ଟ ନାଟ୍ୟକାର ନିର୍ଦେଶକ ଗିରିଶ କର୍ଣ୍ଣଡଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା । ବଙ୍ଗାଲୁରର ଏକ ଘରୋଇ ହସପିଟାଲରେ ଏହି ବର୍ଷୀୟାନ କଳାକାରଙ୍କର ପରଲୋକ ହୋଇଛି । ଗିରିଶଙ୍କର ମଲିପର୍ଲ ଅର୍ଗାନ ଫେଲ ଯୋଗୁ ମୃତ୍ୟୁ ହୋଇଥିବା ଜଣା ପଡିଛି ।ଗିରିଶ କର୍ଣ୍ଣଡ ଖାଲି ଜଣେ ନାଟ୍ୟକାର ନଥିଲେ ସେ ଏକାଧାରରେ ଜଣେ ନାଟ୍ୟକାର , ନିର୍ଦେଶକ, ଅଭିନେତା, ସ୍କ୍ରିନ ରାଇଟର ଥିଲେ ।
କନ୍ନଡ ଓ ହିନ୍ଦୀ ଚଳଚ୍ଚିତ୍ର ଜଗତରେ ମଧ୍ୟ କାମ କରିଥିଲେ । ଏହି ମହାନ କାଳାକାରଙ୍କ ବିୟୋଗରେ କଳାକାର ମହଲରେ ଶୋକର ଛାୟା ଖେଳି ଯାଇଛି । ତାଙ୍କୁ ପଦ୍ମଶ୍ରୀ ଓ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନୀତ ହୋଇଛନ୍ତି । ଅକ୍ସପଡରେ ପଢିବା ସମୟରେ ହିଁ ସେ ତାଙ୍କର ପ୍ରଥମ ନାଟକ ଯଯାତି ଲେଖିଥିଲେ ।
ତାଙ୍କ ରଚିତ ପ୍ରସିଦ୍ଧ ନାଟକ ଗୁଡିକ ମଧ୍ୟରେ ରହିଛି “ ତୁଗଲକ’’ ‘ହୟାଭଦାନ’ ନଗାମଣ୍ଡାଲା ପ୍ରମୁଖ ରହିଛି । ସେକକ୍ନଡ ଚଳଚ୍ଚିତ୍ର “ ସସ୍କାର’’ରରେ ଅଭିନୟ କରିଥିବା ବେଳେ ହିନ୍ଦୀ ସିନେମା “ଉତ୍ସବ’’ ରେ ତାଙ୍କ ଅଭିନୟର ଯାଦୁ ଦେଖିବାକୁ ମିଳିଥିଲା । ୧୯୭୪ ମସିହାରେ ପଦ୍ମଶ୍ରୀ ଓ ୧୯୯୨ ମସିହାରେ ପଦ୍ମଭୂଷଣ ସମ୍ମାନରେ ସମ୍ମାନୀତ ହୋଇଥିଲେ । ୧୯୯୯ ମସିହାରେ ‘ଜ୍ଞାନପୀଠ’ ପୁରସ୍କାର ପାଇଥିଲେ ।