ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି କି, ରାଜକୋଷୀୟ ନିଅଣ୍ଟ ଉପରେ ସରକାରଙ୍କ ନଜର ରହିଛି । ଚଳିତ ଆର୍ଥିକ ବର୍ଷରେ ଜିଡିପି ର ୯.୫ ପ୍ରତିଶତ ରହିବାର ଅନୁମାନ ରହିଛି । ଗତ ସପ୍ତାହରେ ବଜେଟ ଉପସ୍ଥାପନ କରିବା ପରେ ଅର୍ଥମନ୍ତ୍ରୀ କହିଥିଲେ କି ରାଜକୋଷୀୟ ନିଅଣ୍ଟ ଏଭଳି ଯାହାକୁ ଏଡା ଯାଇପାରିବନି କିନ୍ତୁ ଆମକୁ ଏହା ଉପରେ ନଜର ରଖିବାକୁ ହେବ ଏବଂ ସାବଧାନପୂର୍ବକ ଏହା ଉପରେ ଅଙ୍କୁଶ ଲଗାଇବାକୁ ହେବ ।
ଚଳିତ ଆର୍ଥିକ ବର୍ଷର ବଜେଟରେ ରାଜକୋଷୀୟ ନିଅଣ୍ଟ ଜିଡିପିର ୩.୫ ପ୍ରତିଶତ ସ୍ତର ଉପରେ ରହିବାର ଲକ୍ଷ୍ୟ ଥିଲା । କିନ୍ତୁ କୋଭିଡ ମଧ୍ୟରେ ଅର୍ଥବ୍ୟବସ୍ଥାକୁ ଟ୍ରାକକୁ ଆଣିବା ପାଇଁ ଅଧିକ ଖର୍ଚ୍ଚ କରିବାକୁ ପଡିଥିଲା । ଏହାଦ୍ୱାରା ରାଜକୋଷୀୟ ନିଅଣ୍ଟ ଉଚ୍ଚ ରହିବାର ଅନୁମାନ ଲଗାଯାଇଥିଲା ।
ସଂଶୋଧିତ ଅନୁମାନରେ ଆର୍ଥିକବର୍ଷ ୨୦୨୦-୨୧ ରେ ରାଜକୋଷୀୟ ନିଅଣ୍ଟ ଜିଡିପି ର ୯.୫ ପ୍ରତିଶତ ରହିବାର ସମ୍ଭାବନା ରହିଛି । ସରକାରଙ୍କ ବ୍ୟୟ ଏବଂ ଆୟର ଅନ୍ତର ଦର୍ଶାଉଥିବା ରାଜକୋଷୀୟ ନିଅଣ୍ଟର ଆଗାମୀ ଆର୍ଥିକ ବର୍ଷ ୨୦୨୧-୨୨ରେ ଜିଡିପିର ୬.୮ ପ୍ରତିଶତ ରହିବାର ଅନୁମାନ ରହିଛି ।
ଅର୍ଥମନ୍ତ୍ରୀ କହିଛନ୍ତି କି, ବଜେଟକୁ ପାରଦର୍ଶୀ କରିଛନ୍ତି ସରକାର । ଆଉ ଏଭଳି କିଛି ନାହିଁ ଯାହାକୁ ଲୁଚା ଯାଇଛି । ସରକାର କେତେ କରଜ ନେଉଛନ୍ତି । କେଉଁଠି କେତେ ଖର୍ଚ୍ଚ କରୁଛନ୍ତି । ଏ ସବୁକିଛି ସମସ୍ତେ ଦେଖିପାରିବେ ।