ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ପୁର୍ବ ବର୍ଷ ପରି ଏବର୍ଷ ମଧ୍ୟ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଦିଲ୍ଲୀରେ କରାଯାଉଛି । ଆଗକୁ ଛାତ୍ରଛାତ୍ରୀ ମାନଙ୍କର ବାର୍ଷିକ ପରୀକ୍ଷା ଆସୁଥିବାରୁ ପିଲାମାନଙ୍କର ପରୀକ୍ଷାକୁ ନେଇ ଥିବା ଚିନ୍ତା ମୁକ୍ତ କରିବା ପାଇଁ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।
ତେବେ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନିଜେ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରି ପରୀକ୍ଷା ପାଇଁ ଜରୁରୀ ଟିପ୍ସ ଦେଇଛନ୍ତି । ଏଥି ସହିତ ପ୍ରଧାନମନ୍ତ୍ରୀ ଅଭିଭାବକ ଓ ଶିକ୍ଷକ ମାନଙ୍କ ସହିତ ଆଲୋଚନା କରି ଶିକ୍ଷକ ମାନଙ୍କୁ ସେମାନଙ୍କ କର୍ତ୍ତବ୍ୟ ସଠିକ ଭାବରେ କରିବାକୁ ପରାମର୍ଶ ଦେଇଛନ୍ତି ।
ଶିକ୍ଷକମାନେ ସେମାନଙ୍କ କର୍ତ୍ତବ୍ୟ ଠିକ ଭାବରେ କରିଲେ ଛାତ୍ରଛାତ୍ରୀ ମାନଙ୍କ ଅଧିକାର ସୁରକ୍ଷିତ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ କହିଛନ୍ତି ।
ଏହି ସହିତ ପ୍ରଧାନମନ୍ତ୍ରୀ ନିଜକୁ ପିଲାମାନଙ୍କର ବନ୍ଧୁ ବୋଲି କହି ପରୀକ୍ଷାର ଅଙ୍କ ଜୀବନ ନହେଁ ବୋଲି କହି ପିଲାମାନଙ୍କୁ ପରୀକ୍ଷାର ମାର୍କକୁ ନେଇ ବିଚଳିତ ନହେବା ପାଇଁ କହିଛନ୍ତି ।
ତେବେ ଏହି କାର୍ଯ୍ୟକ୍ରମରେ ଭାରତର ବିଭିନ୍ନ ଜାଗାରୁ ୨୦୦୦ ଛାତ୍ରଛାତ୍ରୀ ଓ ଶିକ୍ଷକ ଯୋଗ ନେଇଛନ୍ତି ।