ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ଟୀକା, ଔଷଧ ଏବଂ ଅକ୍ସିଜେନ କନସେନଟ୍ରେଟର୍ସ ଉପରେ ଜିଏସଡି ଛାଡ କୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଜିଏସ ଛାଡ କରିବା ଦ୍ୱାରା ଜୀବନ ରକ୍ଷକ ଔଷଧ ଏବଂ ସାମଗ୍ରୀ କିଣିବାରେ ମହଙ୍ଗା ପଡିବ । ସେ କହିଛନ୍ତି କି,
ଏହାଦ୍ୱାରା ସେମାନଙ୍କର ଉତ୍ପାଦକମାନେ ଉତ୍ପାଦନରେ ବ୍ୟବହାର ହେଉଥିବା କଞ୍ଚା/ମଧ୍ୟବର୍ତ୍ତି ଦ୍ରବ୍ୟ ଉପରେ ଦିଆଯାଉଥିବା କର ପାଇଁ ଇପପୁଟ୍ ଟ୍ୟାକ୍ସ କ୍ରେଡିଟ ଲାଭ ପାଇବେ ନାହିଁ ।
ବର୍ତ୍ତମାନ ଟୀକାର ଘରୋଇ ଯୋଗାଣ ଏବଂ ବ୍ୟବସାୟିକ ଆମଦାନୀ ଉପରେ ୫ ପ୍ରତିଶତ ହାରରେ ଜିଏସଟି ଲାଗୁଛି । ସେହିପରି କୋଭିଡ ଔଷଧ ଏବଂ ଅକ୍ସିଜେନ କନସେନଟ୍ରେଟର୍ସ ଉପରେ ୧୨ ପ୍ରତିଶତ ହାରରେ ଜିଏସଟି ଲାଗୁ ହେଉଛି ।
ଜିଏସ ଛାଡ ପାଇଁ ଦାବିକୁ ନେଇ ସୀତାରମଣ କହିଛନ୍ତି କି, ଯଦି ଟିକା ଉପରେ ସମ୍ପୂର୍ଣ୍ଣ ପାଞ୍ଚ ପ୍ରତିଶତ ରିହାତି ଦିଆଯାଏ, ତେବେ ଟିକା ଉତ୍ପାଦନକାରୀମାନେ କଞ୍ଚାମାଲ ଉପରେ ଦିଆଯାଇଥିବା ଟିକସ ପାଇଁ ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ର ଲାଭ ପାଇବେ ନାହିଁ ଏବଂ ସେମାନେ ଗ୍ରାହକ, ନାଗରିକଙ୍କଠାରୁ ସମ୍ପୂର୍ଣ୍ଣ ମୂଲ୍ୟ ପୁନରୁଦ୍ଧାର କରିବେ। ପାଞ୍ଚ ପ୍ରତିଶତ ହାରରେ ଜିଏସ୍ଟି ଲାଗୁ ହେବା ଦ୍ୱାରା ଉତ୍ପାଦକମାନଙ୍କୁ ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ (ଆଇଟିସି) ର ଲାଭ ମିଳିଥାଏ ଏବଂ ଯଦି ଆଇଟିସି ଅଧିକ ଥାଏ ତେବେ ଫେରସ୍ତ ଦାବି କରିପାରିବେ । ତେଣୁ ଟିକା ଉତ୍ପାଦନକାରୀଙ୍କଠାରୁ ଜିଏସ୍ଟି ଛାଡ କଲେ ଗ୍ରାହକଙ୍କୁ କ୍ଷତି ପହଞ୍ଚାଇବ।