ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ବଜାରରେ ଖୁବ ଶୀଘ୍ର ମିଳିବ ନୂଆ ଟଙ୍କିକିଆ ନୋଟ । ଆଅବିଆଇ ଦ୍ୱାରା ସମସ୍ତ ନୂଆ ନୋଟ ଜାରି କରାଯିବା ପରେ ଏବେ ପାଳି ପଡିଛି ଟଙ୍କିକିଆ ନୋଟର । ଟଙ୍କିକିଆ ନୋଟ କେନ୍ଦ୍ରୀୟ ଅର୍ଥ ମନ୍ତ୍ରାଳୟ ଛାପିଥାଏ । ଅନ୍ୟ ସବୁ ନୋଟ ଆରବିଆଇ ଛାପିଥାଏ । ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଖୁବ ଶୀଘ୍ର ଏକ ଟଙ୍କିଆ ନୋଟ ଜାରି କରାଯିବ ବୋଲି ସୂଚନା ମିଳିଛି । ତେବେ ଆସନ୍ତୁ ଜାଣିବା ନୂଆ ଟଙ୍କିକିଆ ନୋରେ ରହିଥିବା କିଛି ବିଶେଷ କଥା ।
ନୂଆ ଟଙ୍କିକିଆ ନୋଟରେ ‘Government of India’ ଉପରେ ଭାରତ ସରକାର ଲେଖାଯିବ ।
ନୂଆ ଟଙ୍କିକିଆ ନୋଟରେ ମଲ୍ଟୀ ଟୋନଲ ୱାଟରମାର୍କ ରହିବ ।
ନୋଟରେ ଅର୍ଥ ସଚିବ ଅତନୁ ଚକ୍ରବର୍ତ୍ତୀଙ୍କ ହସ୍ତାକ୍ଷର ଦୁଇଟି ଭାଷାରେ ରହିବ ।
ନୂଆ ନୋଟର କଲର ଦେଖିବାକୁ ପୁରା ପିଙ୍କ ଗ୍ରୀନ ୭ ନୂଆ ନୋଟର ଆୟତାକାର ଏବଂ ଏହାର ସାଇଜ୍ 9.7 x 6.3 cm ହେବ ।
ନୂଆ ଟଙ୍କାର ସଂକେତ ସହ ସତ୍ୟମେବ ଜୟତେ ଲେଖାଯିବ ।
ନମ୍ବରିଙ୍ଗ ପେନଲରେ କ୍ୟାପିଟାଲ L ଛପାଯିବ ।
ପ୍ରଥମ ତିନୋଟି ଅଲ୍ଫାନ୍ୟୁମୋରିକ ନମ୍ୱରର ଆକାର ସମାନ ରହିବ ।
୨୦୨୦ ଏବଂ ରୁପିଆ ସଂକେତ ରହିବ ।