ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ନୂଆଦିଲ୍ଲୀ ରାଣୀ ଝାନ୍ସୀବାଈ ରୋଡ ଚାଷୀ ମଣ୍ଡି ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ୪୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ବି ୫୦ ଜଣ ଫସି ରହିଥିବା ଜଣା ପଡିଛି । ଆଜି ସକାଳୁ ସକାଳୁ ଏହି ଅଗ୍ନିକାଣ୍ଡ ହୋଇଥିବା ଜଣା ପଡିଛି । ଉଦ୍ଧାର କାର୍ଯ୍ୟ ଏବେ ବି ଜାରି ରହିଛି । ସୂଚନା ମୁତାବକ ବିଲଡିଂର ୬ ମହଲାରେ ନିଆଁ ଲାଗିବାରୁ ଲୋକମାନେ ତଳକୁ ଆସି ପାରିଲେ ନାହିଁ ।
ଯାହା ଫଳରେ ଅଣ ନିଶ୍ୱାସୀ ହୋଇ ଏତେ ସଂଖ୍ୟକ ଲୋକଙ୍କ ମୃତ୍ୟୁ ହୋଇଛି । ଘଟଣା ସ୍ଥଳରେ ଏବେ ୩୦ ଟି ଦମକଳ ଗାଡି ନିଆଁ ଲିଭାଉଛି । ଏବେ ବି ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଲାଗି ରହିଛି । ଏହି ଦୁଃଖଦ ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ରାହୁଲ ଗାନ୍ଧୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରମୁଖ ଦୁଃଖ ପ୍ରକାଶ କରିଛନ୍ତି ।