ଅନୁଗୁଳ ( ଏଟିଆର ବ୍ୟୁରୋ): ପୋଡିଦେଲେ ତାଳଚେର ବଧାୟକଙ୍କ ଗାଡି । କ୍ୟାମ୍ପରେ ଥୁଆ ହୋଇଥିବା ବେଳେ ତାଙ୍କର ଦୁଇଟି ଗାଡିକୁ ପୋଡି ଦେଇଥିବା ସୂଚନା । ଗତକାଲି ବିଳମ୍ବିତ ରାତିରେ ଏହି ଅଭାବନୀୟ କାଣ୍ଡ ଘଟାଇଛନ୍ତି ଦୁବୃର୍ତ୍ତ । ଗତକାଲି ଭରତପୁର କାର୍ଯ୍ୟାଳୟରେ ତାଙ୍କର ଫରଚ୍ୟୁନର ଓ ଆଉ ଏକ ଇନୋଭା ଗାଡି ରହିଥିବା ବେଳେ ତାଙ୍କ କାର୍ଯ୍ୟାଳୟର ତାଲା ବାହାରୁ ପକାଇ ଦେଇ ଗାଡି ଦୁଇଟିରେ ନିଆଁ ଲଗାଇ ଦେଇଥିଲେ ।
ତେବେ ଏହି ଅଗ୍ନିକାଣ୍ଡରେ ତାଙ୍କର ଦୁଇଟି ଗାଡି ସମେତ ଘରର କିଛି ଆସବା ପତ୍ର ପୋଡି ଯାଇଛି । ରାଜନୈତିକ ଶତୃତା କାରଣରୁ ଏମିତି କାଣ୍ଡ କେହି ଭିଆଇଥିବା ଅନୁମାନ କରାଯାଉଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।