ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କ୍ରିକେଟର ଶ୍ରୀସନ୍ଥଙ୍କ କେରଳ କୋଚ୍ଚି ସ୍ଥିତ ଘରେ ନିଆଁ ଲାଗିଯାଇଛି । ନିଆଁ ଲାଗିବା ବେଳେ ଶ୍ରୀସନ୍ଥ ଘରେ ଉପସ୍ଥିତ ନଥିଲେ କିନ୍ତୁ ତାଙ୍କ ପତ୍ନୀ ଏବଂ ଛୁଆଁ ନିଆଁ ପ୍ରଭାବରେ ଆସିଛନ୍ତି । ମାତ୍ର ଏଥିରେ ତାଙ୍କ ପତ୍ନୀ ଏବଂ ଛୁଆ ର କୌଣସି କ୍ଷୟ କ୍ଷତି ହୋଇ ନାହିଁ ସେମାନେ ସୁରକ୍ଷିତ ଅଛନ୍ତି ।
ପ୍ରଥମେ ଗ୍ରାଉଣ୍ଡ ଫ୍ଲୋରରେ ନିଆଁ ଲାଗିଥିଲା । ଘରେ ଧୂଆଁ ବାହାରୁ ଥିବାର ଦେଖି ପଡୋଶୀ ଲୋକ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଏହାପରେ ଘଟଣାସ୍ଥଳରେ ଦମକଳ ଗାଡି ପହଁଚି ନିଆଁକୁ କାବୁ କରିଥିଲା । ମାତ୍ର ଅଚାନକ୍ ଏଭଳି ନିଆଁ ଲାଗିବାର କାରଣ ଏଯାଏଁ ସ୍ପଷ୍ଟ ହୋଇ ନାହିଁ ।
ଖବରମୁତାବକ, ଶ୍ରୀସନ୍ଥଙ୍କ ଉପରେ ଲାଗିଥିବା ଆଜିବନୀ ପ୍ରତିବନ୍ଧକକୁ ବିସିସିଆଇ ପକ୍ଷରୁ ସାତ ବର୍ଷ କରାଯାଇଛି । ସେହି ଅନୁସାରେ ତାଙ୍କ ଉପରେ ଲାଗିଥିବା ପ୍ରତିବନ୍ଧକ ଆଗାମୀ ବର୍ଷ ଅଗଷ୍ଟ ମାସରେ ଶେଷ ହୋଇଯିବ । ଏନେଇ ଖୁସି ଜାହିର କରି ଶ୍ରୀସନ୍ଥ କହିଥିଲେ କି ମୁଁ ଟିମ୍ ଇଣ୍ଡିଆ ପାଇଁ ଖେଳିବାକୁ ଚାହୁଁଛି । ଭାରତୀୟ ଦଳରେ ପୁନର୍ବାର ଫେରିବାରେ ସଫଳ ହେବେ ବୋଲି ଆଶା ରଖିଥିବାର କହିଥିଲେ ।