ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଲକ୍ ଡାଉନ୍ ୪ ରେ କଟକଣା କିଛିଟା କୋହଳ ହେବା ସହ ଘରୋଇ ବିମାନ ସେବା ଆରମ୍ଭ ହୋଇଛି । ଏନେଇ ନାଗର ବିମାନ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି କି, ବିମାନ ସେବା ଆରମ୍ଭ ହେବାର ଦ୍ୱିତୀୟ ଦିନରେ ତଥା ମଙ୍ଗଳବାର ମୋଟ ୪୪୫ ଟି ଘରୋଇ ବିମାନ ସଂଚାଳନ ହୋଇଛି । ଯେଉଁଥିରେ ୬୨,୬୪୧ ଲୋକ ଯାତ୍ରା କରିଛନ୍ତି । ଏହାସହିତ ଆମ ଆକାଶ ଏବଂ ବିମାନମନ୍ଦର ପୁଣି ଥରେ ବ୍ୟସ୍ତ ହୋଇଯାଇଛି ।
ସୂଚନାଯୋଗ୍ୟ, ସୋମବାର ଦିନ ୮୩୧ ବିମାନରେ ୫୮ ହଜାର ୩୧୮ ଜଣ ଯାତ୍ରୀଙ୍କୁ ସେମାନଙ୍କ ସ୍ଥଳରେ ପହଁଚା ଯାଇଥିଲା । ପୂର୍ବର ଶ୍ରୀ ପୁରୀ କହିଥିଲେ କି ୫୩୨ ଟି ବିମାନରେ ୩୯ ୨୩୧ ଯାତ୍ରୀ ସେମାନଙ୍କ ଗନ୍ତବ୍ୟ ସ୍ଥଳ ପାଇଁ ଉଡାଣ ଭରିଛନ୍ତି ।
ଦିଲ୍ଲୀ ବିମାନ ବନ୍ଦରରୁ ପ୍ରତ୍ୟେକ ଦିନ ୧୯୦ ଟି ବିମାନ ଉଡାଣ ଭରିବ ଏବଂ ୧୯୦ ଟି ବିମାନ ଆସିବ ।ପ୍ରତ୍ୟେକ ଦିନ ପାଖାପାଖି ୨୦ ହଜାର ମନ୍ତ୍ରୀ ବିମାନ ଯୋଗେ ପହଁଚିବେ ।