ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଥରେ ନୁହେଁ ଚଳିତ ବର୍ଷ ଦୁଇ ଦୁଇ ଥର ପ୍ରାକୃତିକ ବିପର୍ଯ୍ୟୟ ବନ୍ୟା ର ସମ୍ମୁଖୀନ ହେଲେଣି ଆସାମ ବାସୀ । ପୂର୍ବୋତ୍ତର ରାଜ୍ୟ ଆସାମରେ ପୁଣି ଥରେ ବନ୍ୟା ଆସିଛି । ଏବେ ଜଳ ବନ୍ଦୀରେ ରାଜ୍ୟର ୨୮ ଜିଲ୍ଲାର ୨୯୩୦ଟି ଗାଁ । ଯାହାଫଳରେ ଅନେକ ଲୋକ ପ୍ରଭାବିତ ହୋଇଛନ୍ତି । ନଦୀ ଗୁଡିକରେ ଜଳସ୍ତର ବଢିବାରେ ଲାଗିଛି । ରାସ୍ତା ଘାଟ ଉପରେ ଚାଲିଛ ପାଣି । ଯାତାୟତ ଠପ୍ ହେବା ସହ ଶହ ଶହ ଟ୍ରକ ୧୫ ନଂ ଜାତୀୟ ରାଜପଥ ରେ ଛିଡା ହୋଇ ରହିଛି ।
ବନ୍ୟା ମୁକାବିଲା ଲାଗି ଆବଶ୍ୟକୀୟ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ମୁତୟନ ହୋଇଛନ୍ତି ଏନଡିଆରଏଫ ଓ ଏସଡିଆରଏଫ ଟିମ୍ । ତଳିଆ ଅଞ୍ଚଳରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନାକୁ ସ୍ଥାନାନ୍ତରିତ କରାଯିବା ସହ ସେମାନଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟା ଯୋଗାଇ ଦିଆଯାଉଛଇ ଏବଂ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖାଯାଇଛି ।