ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପାକିସ୍ତାନ ଜେଲ୍ ରେ ବନ୍ଦି ଥିବା ଭାରତୀୟ ନାଗରିକ କୂଳଭୂଷଣ ଯାଦବ ମାମଲାରେ ଅନ୍ତରାଷ୍ଟ୍ରୀୟ ଅଦାଲତର ନିଷ୍ପତିକୁ ସ୍ୱାଗତ କରି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ରାଜ୍ୟସଭାରେ କହିଛନ୍ତି କି, ଯାଦବଙ୍କ ସୁରକ୍ଷା ଏବଂ ଦେଖାରଖା ସୁନିଶ୍ଚିତ କରିବା ସହିତ ସରାକର ତାଙ୍କୁ ଯଥାଶୀଘ୍ର ଭାରତ ଆଣିବା ପାଇଁ ପ୍ରଚେଷ୍ଟା ଜାରି ରଖିବେ ।
ଜୟଶଙ୍କର ତାଙ୍କ ବୟାନରେ କହିଛନ୍ତି କି, ଭାରତୀୟ ନାଗରିକ କୁଳଭୂଷଣ ଯାଦବଙ୍କୁ ମନଗଢା ଅଭିଯୋଗ ଆଧାରରେ ପାକିସ୍ତାନରେ ବନ୍ଦୀ କରି ରଖାଯାଇଛି । ଅନ୍ତରାଷ୍ଟ୍ରୀୟ ନ୍ୟାୟାଳୟର ନିଷ୍ପତି କେବଳ ଭାରତ ଏବଂ ଯାଦବ ପାଇଁ ପ୍ରାମାଣିକତାର ପ୍ରମାଣ ତାହାନୁହେଁ ବରଂ ଏହା ସମସ୍ତଙ୍କ ପାଇଁ । କୁଳଭୂଷଣ ଯାଦବ ନିର୍ଦ୍ଦୋଷ । ଆମେ ପୁଣି ଥରେ ପାକିସ୍ତାନରୁ ଯାଦବଙ୍କୁ ଛଡାଇବା ଏବଂ ଭାରତକୁ ଫେରାଇବା ପାଇଁ ଆଗ୍ରହ କରୁଛୁ ।