ଭୁବନେଶ୍ୱର(ଏଟିଆର ବ୍ୟୁରୋ): ପାକିସ୍ତାନର ସର୍ବ ଶକ୍ତିମାନ ରାଷ୍ଟ୍ରପତି ପରଭେଜ ମୁସାରଫଙ୍କୁ ଦେଶଦ୍ରୋହ ପାଇଁ ପାକିସ୍ତାନର ସର୍ବୋଚ ନ୍ୟାୟାଳୟ ତାଙ୍କୁ ମୃତ୍ୟୁ ଦଣ୍ଡ ଶୁଣାଇଛନ୍ତି । ତେବେ ମୁସାରଫ ପାକିସ୍ତାନର ସବୁଠାରୁ ଶକ୍ତିଶାଳୀ ନେତା ଥିଲେ ।
ତେବେ ସବୁଠାରୁ ରୋଚକ ତଥ୍ୟ ହେଉଛି ମୁସାରଫ ଭାରତର ରାଜଧାନୀ ଦିଲ୍ଲୀରେ ଜନ୍ମ ହୋଇଥିଲେ । ୧୧ଅଗଷ୍ଟ ୧୯୪୩ ବା ଭାରତ-ପାକିସ୍ତାନ ବିଭାଜନ ପୁର୍ବରୁ ମୁସାରଫ ଦିଲ୍ଲୀର ଦରିଆଗଞ୍ଜରେ ଜନ୍ମ ହୋଇଥିଲେ ।
ଭାରତ-ପାକିସ୍ତାନ ବିଭାଜନ ପରେ ମୁସାରଫଙ୍କ ପରିବାର ପାକିସ୍ତାନର କରାଚିରେ ଯାଇ ରହିଥିଲେ । ମୁସାରଫ ଏକ ଲମ୍ବା ସମୟ ପର୍ଯ୍ୟନ୍ତ ପାକିସ୍ତାନର ସେନାଦକ୍ଷ ଓ ରାଷ୍ଟ୍ରପତି ଭାବେ କାର୍ଯ୍ୟ ସମ୍ଭାଳି ଥିଲେ । ସେ ପାକିସ୍ତାନର ୧୦ତମ ରାଷ୍ଟ୍ରପତି ଥିଲେ ।
ମୁସାରଫଙ୍କ ସମୟରେ ହିଁ ୧୯୯୯ ଭାରତ-ପାକିସ୍ତାନ କାରଗିଲ ଯୁଧ୍ୟ ହୋଇଥିଲା । ସେ ସମୟରେ ମୁସାରଫ ପାକିସ୍ତାନର ସେନା ମୁଖ୍ୟ ଥିଲେ ଏବଂ ଭାରତରେ ଜନ୍ମ ହୋଇ ମଧ୍ୟ ସେ ଭାରତକୁ ଏକ ଶକ୍ତ ଧକ୍କା ଦେଇଥିଲେ ଯାହାକୁ କେବେ ଭାରତ ବାସୀ ଭୁଲିପାରିବେ ନାହିଁ ।