ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ସେ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି ।
ସେ ଟ୍ୱିଟ୍ କରି ଲେଖିଛନ୍ତି କି, ଅନ୍ୟ କାମ ପାଇଁ ହସ୍ପିଟାଲ ଗସ୍ତରେ ଆସି କରୋନା ପଜିଟିଭ୍ ଚିହ୍ନଟ ହୋଇଛି । ଗତ ସପ୍ତାହ ମଧ୍ୟରେ ମୋ ସଂଶ୍ପର୍ଷରେ ଆସିଥିବା ସମସ୍ତ ଲୋକଙ୍କୁ ଅନୁରୋଧ କରୁଛି କି ସମସ୍ତେ ନିଜକୁ ସଙ୍ଗରୋଧ କରି କରୋନା ପରୀକ୍ଷା କରାନ୍ତୁ ।
On a visit to the hospital for a separate procedure, I have tested positive for COVID19 today.
I request the people who came in contact with me in the last week, to please self isolate and get tested for COVID-19. #CitizenMukherjee— Pranab Mukherjee (@CitiznMukherjee) August 10, 2020
ଏହାପୂର୍ବରୁ ଗୃହମନ୍ତ୍ରୀ ଅମିତ୍ ଶାହା, ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରୋନ ପଜିଟିଭ୍ ଚିହ୍ନଟ ହୋଇସାରିଛନ୍ତି । ଏବେ ସେମାନଙ୍କର ହସ୍ପିଟାଲରେ ଚିକିତ୍ସା ଚାଲିଛି ।