ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମୁଦ୍ରାସ୍ଫିତିକୁ ନେଇ ଏକ ବଡ ବୟାନ ଦେଇଛନ୍ତି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ର ପୂର୍ବତନ ଗଭର୍ଣ୍ଣର ସି ରଙ୍ଗରାଜନ । ସେ କହିଛନ୍ତି ଆରବିଆଇ ଏକୁଟିଆ ମୁଦ୍ରାସ୍ଫିତିକୁ ନିୟନ୍ତ୍ରିତ କରିପାରିବ ନାହିଁ, କାରଣ ଅପୂର୍ତ୍ତି ମାମଲାକୁ ସରକାରଙ୍କ ଦ୍ୱାରା ପ୍ରବନ୍ଧିତ କରିବାର ଆବଶ୍ୟକତା ରହିଛି । ମୁଦ୍ରାସ୍ଫିତି ପାଇଁ ଯେଉଁ ଲକ୍ଷ୍ୟ ଦିଆଯାଇଛି, ତାର ସମଯୋଜନାକୁ ନେଇ ସମୟ ସୀମା ହେବା ଉଚିତ୍ ।
ଦେଶରେ ମୁଦ୍ରାସ୍ଫିତି ଲକ୍ଷ୍ୟର ଯେଉଁ ବିଚାର ଆପଣା ଯାଇଛି, ତାହାଦ୍ୱାରା ଚିନ୍ତା ବଢିବାରେ ଲାଗିଛିି । ନୂତନ ମୌଦ୍ରିକନୀତି ରୂପରେଖ ଅନୁଯାୟୀ ରିଜର୍ଭ ବ୍ୟାଙ୍କକୁ ଉପଭୋକ୍ତା ମୂଲ୍ୟ ସୂଚକାଂକ ଆଧାରିତ ମୁଦ୍ରାସ୍ଫିତ ୨ ପ୍ରତିଶତ ହ୍ରାସ ହୋଇ ୪ ପ୍ରତିଶତ ସ୍ଥିର ହୋଇ ରହିବା ଆବଶ୍ୟକ । ଆରବିଆଇ ଆଇନରେ ସଂଶୋଧନ କରାଯାଇ ମୌଦ୍ରିକ ନୀତି ସମିତି ଗଠନ ର ବ୍ୟବସ୍ଥା କରାଯାଇଛି, ଯାହା ମୁଦ୍ରାସ୍ଫିତି ଲକ୍ଷ୍ୟକୁ ଦୃଷ୍ଟିରେ ରଖି ନୀତିଗତ ଦର ନିର୍ଦ୍ଧାରଣ କରିବ ।
ସେ ଆହୁରୀ ମଧ୍ୟ କହିଛନ୍ତି କି, ମୁଦ୍ରାସ୍ଫିତିକୁ ଦୃଷ୍ଟିରେ ରଖିବା ଅର୍ଥ ତାହା ନୁହେଁ କି ବୃଦ୍ଧି ଏବଂ ଆର୍ଥିକ ଭଳି ଅନ୍ୟ ଲକ୍ଷ୍ୟକୁ ଅଣଦେଖା କରିବା ।
ସୂଚନାଯୋଗ୍ୟ, ୨୦୧୬ ମସିହାରେ ସରକାରଙ୍କ ପକ୍ଷରୁ ନୀତିଗତ ନିର୍ଦ୍ଧାରିତ କରିବା ପାଇଁ ମୌଦ୍ରିକ ନୀତି ସମିତି ଗଠନ କରାଯାଇଥିଲା । ଏଥିରେ ଗଭର୍ଣ୍ଣରଙ୍କ ଅଧ୍ୟକ୍ଷତାରେ ୬ ଜଣିଆ ସଦସ୍ୟ ସମିତି ମତଦାନ ଆଧାରରେ ନିର୍ଣ୍ଣୟ ନେଇଥାନ୍ତି ।