ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଚନ୍ଦ୍ରଯାନ -୨ ର ନିଖୋଜ ହୋଇଥିବା ଲ୍ୟାଣ୍ଡରର ଠିକଣା ପାଇଛି ଇସ୍ରୋ । ତେବେ ଇସ୍ରୋ ସହିତ ଲ୍ୟାଣ୍ଡର ବିକ୍ରମର ସିଧା ସଳଖ ଯୋଗାଯୋଗ ହୋଇ ନଥିଲେ ମଧ୍ୟ ଚନ୍ଦ୍ର ଚାରି ପାଖରେ ଘୁରି ବୁଲୁଥିବା ଚନ୍ଦ୍ରଯାନ ୨ ରୁ ଇସ୍ରୋକୁ ସିଗନାଲ ମିଳିଛି । ଲ୍ୟାଣ୍ଡର ବିକ୍ରମ ସହିତ ଯୋଗାଯୋଗ କରିବାକୁ ଏବେ ଇସ୍ରୋର ବୈଜ୍ଞାନିକ ମାନେ ଯୋଗାଯୋଗ କରିବାକୁ ପ୍ରଚେଷ୍ଟା ଜାରି ରଖିଛନ୍ତି ।
ଏ ନେଇ ଇସ୍ରୋ ମୁଖ୍ୟ କେ ଶିବନ ସୂଚନା ଦେଇଛନ୍ତି। ଖୁବଶୀଘ୍ର ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ ହେବ ବୋଲି ସେ କହିଛନ୍ତି। ସୂଚନା ଅନୁସାରେ ମହାକାଶରେ ଚନ୍ଦ୍ର ଚାରିପଟେ ଘୁରି ବୁଲୁଥିବା ଅର୍ବିଟର ଲ୍ୟାଣ୍ଡର ବିକ୍ରମର ଚିତ୍ର ପଠାଇଛି ଇସ୍ରୋକୁ । ତେବେ ବୈଜ୍ଞାନିକ ମାନେ ଆଶଙ୍କା କରିଛନ୍ତି ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରର ଦକ୍ଷିଣ ମେରୁରେ ପଡି ଭାଙ୍ଗି ଯାଇଥିବ । ତେବେ ସେ ଯାହା ହେଉନା କାହିଁକି ବିକ୍ରମର ସମାନ୍ୟ ସଙ୍କେତ ବୈଜ୍ଞାନିକ ମାନଙ୍କ ମନରେ ନୂଆ ଆଶା ସୃଷ୍ଟି କରିଛି । ସୂଚନାଯୋଗ୍ୟ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ର ପୃଷ୍ଠରୁ ମାତ୍ର ୨ . ୧ କିମି ଦୂରତା ମଧ୍ୟରେ ବିକ୍ରମ ସହିତ ଇସ୍ରୋର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା ।