ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପଞ୍ଜାବ ନାସନାଲ ବ୍ୟାଙ୍କ ଘୋଟାଲର ମୁଖ୍ୟ ଅଭିଯୁକ୍ତ ନୀରବ ମୋଦିଙ୍କ ମୁସକିଲ୍ ଦିନକୁ ଦିନ ବଢିବାରେ ଲାଗିଛି । ଏବେ ନୀରବଙ୍କ ଉପରେ ସୁଇଜରଲାଣ୍ଡୋର ବଡ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ନୀରବ ଏବଂ ତାଙ୍କ ଭଉଣୀଙ୍କର ଚାରୋଟି ବ୍ୟାଙ୍କ ଖାତାକୁ ସିଜ୍ କରାଯାଇଛି । ଏହି ଖାତାରେ ନୀରବଙ୍କ ଛଅ ମିଳିଅନ ଡଲାର ସିଜ୍ କରାଯାଇଛି ।
ଅନ୍ୟପଟେ ଲଣ୍ଡନର ଅଦାଲତ ରେ ଶୁଣାଣି ପାଇଁ ଆଜି ଭିଡିଓ କନଫରେନ୍ସ ଜରିଆରେ ନୀରବଙ୍କୁ ହାଜିର କରାଯିବ । ସେଥିପାଇଁ ୱେଷ୍ଟମିଂଷ୍ଟର ଆଜିଷ୍ଟ୍ରେଟ୍ ଅଦାଲତରେ ନିୟମିତ ଜାମିନର ଶୁଣାଣି ପାଇଁ ସମସ୍ତ ପ୍ରସ୍ତୁତି ହୋଇସାରିଛି ।
ଖବରମୁତାବକ, ପାଖାପାଖି ପଞ୍ଜାବ ନାସନାଲ ବ୍ୟାଙ୍କରୁ ୧୪ ହଜାର କୋଟି ଟଙ୍କା ନେଇ ଫେରାର ହୋଇଯାଇଥିବା ନୀରବ ମୋଦି ଏବେ ଦକ୍ଷୀଣ ପଶ୍ଚିମ ଲଣ୍ଡନର ଏକ ଜେଲରେ ଅଛନ୍ତି । ଚଳିତ ମାସରେ ନୀରବଙ୍କ ଜାମିନ ଆବେଦନକୁ ବିଟ୍ରେନ ହାଇକୋର୍ଟ ଖାରଜ କରିଦେଇଥିଲେ । ଏପର୍ଯ୍ୟନ୍ତ ନୀରବଙ୍କର ଚାରୋଟି ଜାମିନ୍ ଆବେଦନ ଖାରିଜ ହୋଇ ସାରିଲାଣି ।