ମିଜୋରାମ ( ଏଟିଆର ବ୍ୟୁରୋ): ଦେଶରେ ଏବେ କରୋନା ସଂକ୍ରମଣ ହାର ପ୍ରତିଦିନ ବୃଦ୍ଧି ପାଉଥିବାରୁ ଏବେ ରାଜ୍ୟ ସରକାର ନୂଆ ନୂଆ ନିୟମ ଜାରି କରୁଛନ୍ତି । ତେବେ ଏହି ଭିତରେ ଏବେ ମିଜୋରାମ ସରକାର ଆଉ ଏକ ନୂଆ ଗାଇଡ ଲାଇନ ଜାରି କରିଛନ୍ତି । ନୂଆ ଗାଇଡ ଲାଇନ ଅନୁସାରେ ଏବେ ଆପଣ ଆଉ ନିଜ ଇଚ୍ଛାରେ ଗାଡିରେ ତେଳ ପକାଇ ପାରିବେ ନାହିଁ । କେଉଁ ଗାଡିରେ କେତେ ତେଲ ପଡିବ ସେ ନେଇ ସରକାର ସ୍ଥିର କରିଛନ୍ତି ।
ମିଜୋରାମ ସରକାରଙ୍କ ଏହି ନୂଆ ନିୟମ ଅନୁସାରେ ବାଇକ ପାଇଁ ସର୍ବାଧିକ ୫ ଲିଟର ତେଲ ଧାର୍ଯ୍ୟ ହୋଇଥିବା ବେଳେ କାର ପାଇଁ ସର୍ବାଧିକ ୧୦ ଲିଟର ତେଲ ଧାର୍ଯ୍ୟ କରାଯାଇଛି । ଏହି ପରିମାଣ ଠାରୁ ଆଉ ଅଧିକ ତେଲ ପକାଇ ପାରିବେ ନାହିଁ ଗ୍ରାହକ । କରୋନା କଟକଣାକୁ ଦୃଷ୍ଟିରେ ରଖି ଏହି ନିୟମ କରାଯାଇଛି । ଏନେଇ ମିଜୋରାମ ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ସୂଚନାଯୋଗ୍ୟ ଏବେ ମିଜୋରାମରେ ଲକ ଡାଉନ ଚାଲୁଥିବାରୁ ସରକାର ଏମିତି ନିଷ୍ପତ୍ତି ନେଇଛନ୍ତି ।