ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତ ଅନ୍ତରୀକ୍ଷରେ ପ୍ରଥମ ଥର ମାନବ ମିଶନ ଗଗନୟାନ ପାଇଁ ୧୨ ସମ୍ଭାବିତ ଯାତ୍ରୀଙ୍କୁ ବଛା ଯାଇଛି । ଏନେଇ ବାୟୁସେନା ପ୍ରମୁଖ ଏୟର ଚିଫ୍ ମାର୍ଶଲ ଆରକେଏସ ଭଦୌରିୟା ଗୁରୁବାର ଦିନ କହିଛନ୍ତି, ଇସ୍ରୋର ପ୍ରଥମ ମାନବ ମିଶନ ଗଗନୟାନ ପାଇଁ ଅନ୍ତରୀକ୍ଷ ଯାତ୍ରୀଙ୍କୁ ବଛା ଯାଉଛି ।
ବେଙ୍ଗାଲୁରୁ ରେ ଆୟୋଜିତ ଇଣ୍ଡିଆନ ସୋସିଇଟ୍ ଫର୍ ଏୟାରସ୍ପେସ ମେଡିସିନ୍ ର ୫୮ତମ ବାର୍ଷିକ ସମ୍ମେଳନୀର ଉଦଘାଟନ ଉତ୍ସବକୁ ସମ୍ବନ୍ଧିତ କରି ଏୟାର ଚିଫ୍ ମାର୍ଶଲ କହିଛନ୍ତି , ସମ୍ଭାବିତ ଅନ୍ତରୀକ୍ଷ ଯାତ୍ରୀଙ୍କ ଚୟନ ପ୍ରକ୍ରିୟା ଜାରି ରହିଛି ।
ଭାରତୀୟ ବାୟୁସେନାଙ୍କ ଭୂମିକା ବିଷୟରେ ସେ ଆହୁରୀ ମଧ୍ୟ କହିଛନ୍ତି କି, ଇସ୍ରୋ ସହିତ ଟିମ୍ ସମନ୍ୱୟ କରୁଛି ଏବଂ ଅନ୍ତରୀକ୍ଷ ଯାନର ଡିଜାଇନକୁ ବି ଦେଖୁଛି । ଯେପରିକି ଜୀବନ ରକ୍ଷକ ପ୍ରଣାଳୀ, କ୍ୟାପ୍ସୁଲ ଡିଜାଇନ୍ ଏବଂ ଏହାସହିତ ବିମାନ ଚିକିତ୍ସା ପ୍ରକୋଷ୍ଠ ସୁନିଶ୍ଚିତ କରୁଛି କି ଏହି ଚ୍ୟାଲେଞ୍ଜକୁ ଇସ୍ରୋ ସଫଳତା ପୂର୍ବକ ସାମ୍ନା କରିବା ସହ ସଫଳତା ପ୍ରାପ୍ତ କରୁ ।
ସେପଟେ ସମ୍ମେଳନୀକୁ ସମ୍ବୋନ୍ଧିତ କରି ବାୟୁସେନାର ଚିକିତ୍ସା ସେବା ମହାନିର୍ଦ୍ଦେଶକ ଏୟାର ମାର୍ଶଲ ଏମଏସ ବୁଟୋଲା କହିଛନ୍ତି ଗଗନୟାନ ପାଇଁ ଯାତ୍ରୀ ଚୟନର ପ୍ରଥମ ଚରଣ ପୂରା ହୋଇଯାଇଛି ଏବଂ ସମ୍ଭାବିତ ଅନ୍ତରୀକ୍ଷ ଯାତ୍ରା ପାଇଁ ବାୟୁସେନାରୁ ବଛାଯାଇଥିବା କିଛି ପାଇଲଟର ଋଷରେ ପ୍ରଶିକ୍ଷଣ ବି ପୂରା ହୋଇଗଲାଣି ।
ସେହିପରି ଜଣେ ଅଧିକାରୀଙ୍କ ମୁତାବକ,ବାୟୁସେନାର ୧୨ ଜଣଙ୍କୁ ଗଗନୟାନ ପରିଯୋଜନା ପାଇଁ ସମ୍ଭାବିତ ଯାତ୍ରୀ ରୂପେ ଚୟନ କରାଯାଇଛି । ସେମାନଙ୍କ ମଧ୍ୟରୁ ୭ ଜଣ ପ୍ରଶିକ୍ଷଣ ପାଇଁ ଋଷ ଯାଇଛନ୍ତି । ସେ ଆହୁରୀ ମଧ୍ୟ କହିଛନ୍ତି କି ଋଷ ଯାଇଥିବା ୭ ଜଣ ସମ୍ଭାବିତ ଅନ୍ତରୀକ୍ଷ ଯାତ୍ରୀ ସେଠାରୁ ଫେରିବା ପରେ ଚୟନ କରାଯାଇଥିବା ଶେଷ ସମ୍ଭାବିତ ଯାତ୍ରୀଙ୍କୁ ପ୍ରଶିକ୍ଷଣ ପାଇଁ ପଠାଯିବ ।
ସୂଚନାଯୋଗ୍ୟ, ଗଗନୟାନ ହେଉଛି ଭାରତର ପ୍ରଥମ ମାନବ ଅନ୍ତରୀକ୍ଷ ମିଶନ, ଯାହାକୁ ଇସ୍ରୋ ଦ୍ୱାରା ଡିସେମ୍ବର ମାସ ୨୦୨୧ ପର୍ଯ୍ୟନ୍ତ ପ୍ରକ୍ଷେପିତ କରିବାର ଲକ୍ଷ୍ୟ ରକ୍ଷା ଯାଇଛି । ଭାରତୀୟ ବାୟୁସେନା ସହ ଇସ୍ରୋ ମିଳିତ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱପ୍ନ ପୁରୁଣ କରିବାରେ କାମ କରୁଛନ୍ତି ।