ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଭାରତର ପ୍ରଥମ ମାନବ ଅନ୍ତରୀକ୍ଷ ମିଶନ “ମିଶନ ଗଗନୟାନ”ପାଇଁ ଇସ୍ରୋ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି । ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନ ଇସ୍ରୋ ଏହି ମିଶନ ପୁର୍ବରୁ ଅନ୍ତରୀକ୍ଷକୁ ଏକ ରୋବର୍ଟ ପ୍ରେରଣ କରି ଅନ୍ତରୀକ୍ଷର ସ୍ଥିତି ପରଖିବ ।
ଇସ୍ରୋ ବୌଜ୍ଞାନିକ ଶ୍ୟାମ ଦୟାଲଙ୍କ ସୁଚନା ଅନୁଯାଇ ଏହି ରୋବର୍ଟଟି ମାନବ ଭଳି କାମ କରିପାରୁଛି ଏବଂ ରୋବର୍ଟଟି ବୌଜ୍ଞାନିକ ମାନଙ୍କୁ ଅନ୍ତରୀକ୍ଷର ରିପୋର୍ଟ ପ୍ରଦାନ କରିବା ସହିତ ବହୁ ଗୁରୁତ୍ୱପୁର୍ଣ୍ଣ ସ୍ଥିତି ଉପରେ ସମୀକ୍ଷା କରିବାରେ ସହାୟକ ହେବ ।
ତେବେ ଏହି ରୋବର୍ଟଟି ସମ୍ପୁର୍ଣ୍ଣ ମାନବ ଭଳି କାର୍ଯ୍ୟକ୍ଷମ ଏବଂ ଏହା ଦୁଇଟି ଭାଷାରେ କଥାବାର୍ତ୍ତା କରିପାରୁଛି । ସେପଟେ ମଶନ ଗଗନୟାନରେ କୌଣଷି ମହିଳାଙ୍କୁ ସାମିଲ କରାଯାଇନଥିବାରୁ ଏହି ରୋବର୍ଟକୁ ଏକ ମହିଳାର ଆକୃତି ଦିଆଯାଇଛି ଏବଂ ଏହାର ନାମ ବ୍ୟୋମମିତ୍ର ରଖାଯାଇଛି ।
ଚଳିତ ବର୍ଷ ଶେଷ ସୁଦ୍ଧା ରୋବର୍ଟ ବ୍ୟୋମମିତ୍ର କୁ ଅନ୍ତରୀକ୍ଷ ପଠାଯିବାର ସମ୍ଭାବନା ଅଛି ।