ନୂଆଦିଲ୍ଲୀ (ଏଟିଆର୍ ବ୍ୟୁରୋ) : ସବୁ ଅପେକ୍ଷାର ଅନ୍ତ ଘଟିଛି । ବର୍ତ୍ତମାନ ସାରା ବିଶ୍ୱରେ କରୋନା ଭୟାବହତା ସ୍ଥିତି । ଏହି ଭିତରେ କ୍ରିକେଟ୍ ପ୍ରେମିକଙ୍କ ପାଇଁ ଆସିଛି ଆଶ୍ୱସ୍ତିକର ଖବର । ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଆନ୍ତର୍ଜାତୀୟ କ୍ରିକେଟ୍ । ଇଂଲଣ୍ଡରେ ଖେଳାଯିବ ଟେଷ୍ଟ ମ୍ୟାଚ୍ । କରୋନା ଭୟାବହତା ହେତୁ ବନ୍ଦ ଥିଲା ସମସ୍ତ କ୍ରୀଡା ଆୟୋଜନ ।
ତେବେ କରୋନା ପରବର୍ତ୍ତୀ ସମୟରେ ଏହା ହେବ ପ୍ରଥମ ଆନ୍ତର୍ଜାତୀୟ କ୍ରୀଡା ।
ତେବେ କରୋନାକୁ ଆଖି ଆଗରେ ରଖି ଫାଙ୍କା ଷ୍ଟାଡିୟମରେ ଏହି ମ୍ୟାଚ୍ ହେବ । ଷ୍ଟାଡିୟମରେ କେବଳ ଖେଳାଳି ଏବଂ ଅମ୍ପାୟାର ରହିବେ । ଷ୍ଟାଡିୟମରେ କୌଣସି ଦର୍ଶକ ରହିବେ ନାହିଁ । ଦର୍ଶକ ମାନେ କେବଳ ଅନଲାଇନ୍ ଏବଂ ଟିଭି ଜରିଆରେ ଦେଖିପାରିବେ । ୧୪୩ ବର୍ଷ ପରେ ଆନ୍ତର୍ଜାତୀୟ କ୍ରିକେଟ୍ରେ ଏପରି ଘଟଣା ଦେଖିବାକୁ ମିଳିବ ।