ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶର ରାଜଧାନୀ ଦିଲ୍ଲୀରେ ଦିନକୁ ଦିନ ଯେଉଁଭଳି ଭାବେ ବାୟୁ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି ତାହାକୁ ରୋକିବା ପାଇଁ ଦିଲ୍ଲୀରେ ଲଗାଯାଇଛି ଦେଶର ପ୍ରଥମ ସ୍ମଗ୍ ଟାୱାର । ଦିଲ୍ଲୀର ସାଂସଦ ଗୌତମ ଗମ୍ଭୀରଙ୍କ ଉଦ୍ୟମ ଫଳରେ ଏହି ସ୍ମଗ୍ ଟାୱାରଟି ଲାଗିପାରିଛି । ଏହି ଟାୱାର ଲାଗିବା ଖୁସିରେ ଗୌତମ ନିଜ ଟ୍ୱିଟ୍ ର ଆକାଣ୍ଟରେ ଟ୍ୱିଟ୍ କରି ଲେଖବଛନ୍ତି କି, ମୋ ନା’ ଗୌତମ ଗମ୍ଭୀର । ମୁଁ କଥାରେ ନୁହେଁ ବରଂ କାମ କରି ଜୀବନ ବଦଳାଇବାରେ ବିଶ୍ୱାସ କରେ । ଦେଶର ପ୍ରଥମ ସ୍ମଗ୍ ଟାୱାର ବା ବାୟୁ ବିଶୁଦ୍ଧକାରୀ ଯନ୍ତ୍ର ଫଳରେ ଦିଲ୍ଲୀରେ ହେଉଥିବା ବାୟୁ ପ୍ରଦୂଷଣକୁ କିଛିଟା ରୋକାଯାଇପାରିବ ।
My Name is Gautam Gambhir. I don’t believe in talking, I believe in changing lives!
Thank Hon’ble HM @AmitShah Ji for continuous support pic.twitter.com/8HAws1EDic— Gautam Gambhir (@GautamGambhir) January 3, 2020
ଏହି ଟାୱାରଟିକୁ ଲାଜପତ ନଗରର ସେଣ୍ଟ୍ରାଲ ମାର୍କେଟରେ ଲଗାଯାଇଛି । ଏହି ଏୟାର ପ୍ୟୁରିଫାୟରଟି ୭୫୦ ମିଟର ଦୂର ପର୍ଯ୍ୟନ୍ତ ପବନକୁ ଶୁଦ୍ଧ କରିପାରିବେ । ଏହି ଏୟାର ପ୍ୟୁରିଫାୟରର ନାମ ‘ ଫ୍ରେଞ୍ଚ ମେଡ୍ ଶୁଦ୍ଧ’ ଅଟେ । ଏହି ଟାୱାର ଲାଗିବା ଫଳରେ ସ୍ମଗ୍ ଫ୍ରି ଟାୱରଟି ଅଢେଇ ଲକ୍ଷରୁ ୬ଲକ୍ଷ କ୍ୟୁବିକ ମିଟର ବାୟୁ ଶୁଦ୍ଧ କରାଯାଇପାରିବ । ଏହି ଟାୱାର ନିମନ୍ତେ ପ୍ରତି ମାସରେ ୩୦ହଜାର ଟଙ୍କା ଖର୍ଚ୍ଚ ହେବାକୁ ଥିବା ବେଳେ ମାର୍କେଟ ଆସୋସିଏସନ୍ ଏହାର ଖର୍ଚ୍ଚ ବହନ କରିବ । ଏହି ଟାୱାର ଉଚ୍ଚତା ୨୦ଫୁଟ ଥିବା ବେଳେ ଟାୱାର ୫୦୦- ୭୫୦ ମିଟର ଏରିଆରେ ପ୍ରତିଦିନ ୨୫୦୦୦୦ ରୁ ୬୦୦୦୦୦ କ୍ୟୁବିକ୍ ମିଟର ବାୟୁକୁ ସଫା କରିବ । ଏହା ୨ଘଣ୍ଟାରେ ବାୟୁକୁ ସଫା କରିବା ସହ ଏଫଆଇ ୫୦ରୁ ଉପରକୁ ଯିବାକୁ ଦେବନି । ଦିପାବଳୀ ଠାରୁ ଦିଲ୍ଲୀର ବାୟୁ ଅତ୍ୟନ୍ତ ଖରାପ ପରିସ୍ଥିତିରେ ପରିଣତ ହୋଇଥିଲା ।
ତେବେ ସୁପ୍ରିମକୋର୍ଟ ସ୍ମଗ ଟାୱାର ଭଳି ବିକଳ୍ପ ସନ୍ଧାନ କରିବାକୁ ଦିଲ୍ଲୀ ସରକାରଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ଯାହାପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିୱାଲ ଓ ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ତେବେ ଗୌତମଙ୍କ ଉଦ୍ୟମରେ ଏହି ଟାୱାର ନିର୍ମାଣ ହେବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କର ପ୍ରତିକ୍ରିୟା ମିଳିପାରିନାହିଁ । ସେପଟେ ସାଂସଦ ଗୌତମ ଗମ୍ଭୀର ପରୋକ୍ଷରେ କଟାକ୍ଷ କରି ଟ୍ୱିଟ୍ କରିବା ସହ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।