ୟୁପି (ଏଟିଆର ବ୍ୟୁରୋ ) ; ପ୍ରାୟତଃ ଆମେ ଖବର କାଗଜ ଅବା ଟିଭିରେ କୌଣସି ଝିଅ ଉପରେ କୌଣସି ପୁଅ କରିଥିବା ଏସିଡ ମାଡ ଖବରକୁ ଜାଣିବାକୁ ପାଇଥାଉ । କିନ୍ତୁ କୌଣସି ପୁଅ ଉପରେ ଝିଅ ଏସିଡ ମାଡ କରିଥିବା ଘଟଣା ବହୁତ କମ ଶୁଣାଯାଏ । ତେବେ ଏମିତି ଏକ ଘଟଣାକୁ ନେଇ ଏବେ ଚର୍ଚ୍ଚା ହେଉଛି । ବାହାହେବାକୁ ମନା କରିଦେବାରୁ ଯୁବକ ଉପରେ ଏସିଡ ଢାଳିଦେଲେ ଯୁବତୀ ।
ଏପରି ଏକ ମାମଲା ଉତ୍ତର ପ୍ରଦେଶର ସୁଲତାନପୁରରୁ ଆସିଛି । ପ୍ରେମିକା ନିଜ ପ୍ରେମିକକୁ ବିବାହ ପାଇଁ ପ୍ରସ୍ଥାବ ଦେବାରୁ ପ୍ରେମିକ ଏଥିରେ ରାଜି ହୋଇନଥିଲେ । ବାସ ଏତିକି କଥାରେ ଯୁବତୀ ଜଣକ ରାଗିଯାଇ ଯୁବକଙ୍କ ଉପରେ ଏସିଡ ମାଡ କରିଥିଲେ । ଏଥିରେ ଯୁବକଙ୍କ ଚେହେରା ସମ୍ପୁର୍ଣ୍ଣ ପୋଡିଯାଇଥିଲା । ତେବେ ଯୁବତୀ ଜଣକୁ ଏବେ ମୋତିଗରପୁର ଥାନା ପୋଲିସ ଗିରଫ କରିଥିବା ଜଣାପଡିଛି ।
ସୂଚନା ଯୋଗ୍ୟ , ଏହି ଘଟଣା ଗତ ବର୍ଷର ବୋଲି ସୂଚନା ମିଳିଛି । ୨୮ ନଭେମ୍ବର ୨୦୧୭ ମସିହା ଅର୍ଥାତ୍ ପାଖାପାଖି ଗୋଟେ ବର୍ଷ ପୂର୍ବେ ଯୁବତୀ ଜଣକ ଏପରି କାରନାମା ଭିଆଇଥିବା ବେଳେ ଆଜି ଯାଏ ଯୁବତୀ ଜଣକୁ ପୋଲିସ ପକ୍ଷରୁ କାହିଁକି ଗିରଫ କରାଯାଇନଥିଲା ସେ ନେଇ ଏଠିଛି ପ୍ରଶ୍ନ । ଘଟଣା ଘଟିବା ପରେ ଯୁବକଙ୍କ ପରିବାର ଲୋକେ ପୋଲିସକୁ ଜଣାଇଥିଲେ ମଧ୍ୟ ଏକ ବର୍ଷ ପୋଲିସ ଚୁପ ବସିଥିଲା । ଯୁବକଙ୍କ ପରିବାର ଲୋକେ ଥାନାକୁ ବହୁବାର ଦୌଡିବା ପରେ ଶେଷରେ କୋର୍ଟର ଆଶ୍ରୟ ନେଇଥିଲେ । ତେବେ ପୋଲିସ ପକ୍ଷରୁ ବିଳମ୍ବରେ ହେଲେ ବି ଏସିଡ ମାଡ କରିଥିବା ଯୁବତୀଙ୍କୁ ଗିରଫ କରି ଜେଲ କୁ ପଠାଯାଇଛି ।