ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଦୁଇ ଦିନ ପୂର୍ବେ ଅର୍ଥମନ୍ତ୍ରୀ ନିର୍ମାଳା ସୀତାରମଣ ସଂସଦରେ ବର୍ଷ ୨୦୨୦-୨୧ ପାଇଁ ବଜେଟ ଉପସ୍ଥାପନା କରିଥିଲେ । ଏହା ପରେ ସୁନା ଓ ରୂପା ଦର କମିଛି । ଆନ୍ତାର୍ଜାତୀୟ ବଜାରରେ ସୁନା ରୂପା ଦର କମିବାରୁ ଭାରତୀୟ ବଜାରରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି ।
ଆଜି ଦିଲ୍ଲୀ ସରଫା ବଜାର ସରଫା ମାର୍କେଟେରେ ସୁନା ୧୦ ଗ୍ରାମ ପିଛା ୨୮୧ ଟଙ୍କା କମିଥିବା ବେଳେ ରୂପା ଦରରେ କିଲୋ ପିଛା ୭୧୨ ଟଙ୍କା କମିଥିବା ଜଣାପଡିଛି । ଆଜି ଦିଲ୍ଲୀ ସରଫା ମାର୍କେଟରେ ସୁନା ମୂଲ୍ୟ ୪୨,୦୨୯ ଟଙ୍କାରୁ କମି ୪୧,୭୪୮ ଟଙ୍କା ହୋଇଛି । ସେହିପରି ଚାନ୍ଦିର ମୂଲ୍ୟ ୪୮,୨୧୮ ଟଙ୍କାରୁ କମି ୪୭, ୫୦୬ ଟଙ୍କା ରହିଥିବାର ଜଣାପଡିଛି । ସାଧାରଣ ବଜେଟ ପରେ ପ୍ରଥମ ଥର ପାଇଁ ସୁନା ରୂପା ଦର କମିଛି ।