ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସାରା ଭାରତରେ ପ୍ରତ୍ୟେକ ବର୍ଷ ସେପ୍ଟମ୍ବର ୫ରେ ଗୁରୁଦିବସ ପାଳନ ହୋଇ ଆସୁଛି । ଏହି ଅବସରରେ ଗୁଗଲ ତାର ଡୁଡଲ ଜରିଆରେ ଶିକ୍ଷକ ମାନଙ୍କୁ ସମ୍ମାନ ଜଣାଇଛି । ଭାରତର ପୂର୍ବତନ ରାଷ୍ଟ୍ରପତି ଡା.ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ଜନ୍ମଦିନରେ ଗୁରୁଦିବସ ପାଳନ କରାଯାଏ ।
ଆଜି ଗୁରୁଦିବସ । ଏହି ଅବସରରେ ଗୁଗୁଲ ର ଡୁଡୁଲ ଖୁବ୍ ଖାସ ନଜର ଆସୁଛି । ଏଥିରେ ଗୁଗୁଲ ର ଜି କୁ ଗ୍ଲୋବ ସେପ୍ ଦିଆଯାଇଛି, ଯାହା ଗୋଲ ଗୋଲ ବୁଲୁଛି । କିଛି ସମୟ ପରେ ଗ୍ଲୋବ ବୁଲିବା ବନ୍ଦ ହେଇଯାଉଛି ଏବଂ ଚଷମା ପିନ୍ଧି ଶିକ୍ଷକ ଭଳି ଦେଖିବାକୁ ମିଳୁଛି । ଏହାପରେ ଏଥିରୁ ବବଲ୍ସ ବାହାରିବା ଆରମ୍ଭ ହେଇଯାଉଛି ଯାହା ଗଣିତ ଠାରୁ ଆରମ୍ଭ କରି କେମେଷ୍ଟ୍ରି, ବିଜ୍ଞାନ, ମ୍ୟୁଜିକ୍ ଏବଂ ଖେଳ ଆଦି ସଂକେତ ଦେଉଛି ।
ସାରା ଦେଶରେ ଏହି ଦିନ ଶିଷ୍ୟମାନେ ଗୁରୁଙ୍କ ଯୋଗଦାନକୁ ଭଲ ପାଇବା ଏବଂ ସମ୍ମାନ ଜଣାଇଥାନ୍ତି । ଏହି ଦିନ ସ୍କୁଲ ଏବଂ କଲେଜ ଛାତ୍ର ଛାତ୍ରୀମାନେ ଶିକ୍ଷକଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିଥାନ୍ତି । ପ୍ରଥମେ ଏହି ଦିବସ ୧୯୬୨ରେ ଆରମ୍ଭ ହୋଇଥିଲା ।