ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବର୍ତ୍ତମାନ ସମୟରେ ଟେକ୍ନୋଲୋଜି ଏତେ ତୀବ୍ର ଗତିରେ ବଢିବାରେ ଲାଗିଛି, ଟେକ୍ନୋଲୋଜିର ବ୍ୟବହାର କରି ୟୁଜର୍ସ ମାନେ ଅତି ସହଜରେ ଏବଂ କ୍ଷଣକ ମଧ୍ୟରେ ନିଜର ସମସ୍ତ ସମସ୍ୟା ଓ କାମ କରିପାରୁଛନ୍ତି । ହେଲେ ଏହି ଟେକ୍ନୋଲୋଜି ଅନେକ ସମୟରେ ସାଧାରଣ ଲୋକଙ୍କୁ ଅନେକ ଅସୁବିଧାରେ ପକାଇବା ସହ ତଳିତଳାନ୍ତ ମଧ୍ୟ କରି ଦେଇଥାଏ । କିଛି କୁପ୍ରକୃତିର ଲୋକ ଡାଟା ଲିକ ଏବଂ ହ୍ୟାକିଂ କରି ଆପଣଙ୍କର ବହୁ ଜରୁରୀ ତଥ୍ୟ ଚୋରି କରିଦେଇଥାନ୍ତି । ଏହି ସବୁ ସମସ୍ୟାକୁ ଦେଖି ବଡ ବଡ ଟେକ୍ କମ୍ପାନୀ ମାନେ ନିଜ ନିଜ ୟୁଜର୍ସଙ୍କୁ ଭେରିଫାଏ କରିବା ସହ ସେମାନଙ୍କ ଆକାଉଣ୍ଟରୁ କିପରି ଡାଟା ଲିକ ଏବଂ ହ୍ୟାକିଂ ହୋଇନପାରିବ ସେଥି ପାଇଁ ଉପାୟ ଆପଣୋଉଛନ୍ତି । ତେବେ ଇତି ମଧ୍ୟରେ ଗୁଗୁଲ ନିଜ ୟୁଜର୍ସଙ୍କୁ ରି-ଭେରିଫାଏ କରିବା ଆରମ୍ଭ କରିଦେଲାଣି ।
ଗୁଗୁଲ ନିଜ ୟୁଜର୍ସ ମାନଙ୍କ ଏସଏମଏସ ଜରିଆରେ ଭେରିଫାଏ କରିବାରେ ଲାଗିଛି । ତେବେ ଯଦି ଆପଣଙ୍କ ଆଣ୍ଡ୍ରୋଏଡ ଫୋନରେ କୌଣସି ମେସେଜ ଦେଖାଯାଏ ଏବଂ ଏହାକୁ ଆପଣ ପଠାଇ ନାହାନ୍ତି ତେବେ ଡରିବାର ଆବଶ୍ୟକତା ନାହିଁ । କାରଣ ଏହା ଗୁଗୁଲର ୟୁଜର୍ସ ଭେରିଫିକେଶନର ଏକ ପ୍ରକ୍ରିୟା ଅଟେ । ଏହି ଏସଏମଏସ ଜରିଆରେ ଗୁଗୁଲ ନିଜର ୟୁଜର୍ସଙ୍କୁ ରି-ଭେରିଫାଏ କରୁଛି । ଗୁଗୁଲ ୟୁଜର୍ସଙ୍କୁ ଡିଭାଇସରର କୌଣସି ଅଜଣା ନମ୍ବରରୁ ମେସେଜ ପଠାଉଥିବାରୁ ଏଥିରେ ବହୁ ୟୁଜର୍ସ ଚିନ୍ତିତ ହୋଇ ରିପୋର୍ଟ ମଧ୍ୟ କରିଛନ୍ତି । ଏହି ଏସଏମଏସରେ ଏକ କୋଡ ସହ ଟେକ୍ସ ପଠାଯାଇଥାଏ । ଯେଉଁଥିରେ ଇଜ୍ ଭେରିଫାଇଙ୍ଗ ଦ ଫୋନ ନମ୍ବର ଅଫ ଦିସ ଡିଭାଇସ ବୋଲି ଗୁଗୁଲ ପକ୍ଷରୁ ଲେଖା ଯାଇଥାଏ । ଏହା ସହ ଏକ ପେଜ ଲିଙ୍କ ହୋଇ ମଧ୍ୟ ରହିଥାଏ । ତେବେ ଭାରତ ଆମେରିକା ଓ ୟୁରୋପର ବହୁ ୟୁଜର୍ସ ଗୁଗୁଲ ନିଜ ଫୋନରୁ ପଠାଯାଇଥିବା ସିକ୍ରେଟ ମେସେଜର ଖୁଲାସା କରିଛନ୍ତି ।