ନୂଆଦିଲ୍ଲୀ ( ଏଟିଆର ): ଚାଇନା ଆପ୍ ଟିକଟକ ପ୍ରେମରେ ଏବେ ଯୁବପିଢି । ୩୦ ସେକେଣ୍ଡର ଏହି ଭିଡିଓ ଭାରତୀୟ ବଜାରରେ ଫେସବୁକ ପରେ ସବୁଠାରୁ ଲୋକପ୍ରିୟ ଆପ । ଭିଡିଓ କରି ସୋସିଆଲ ମିଡିଆରେ ସେୟାର କିଛି ଟିକ ଟକ କଳାକାର ରାତାରାତି ସେଲିବ୍ରିଟି ପାଲଟି ଗଲେ । ବର୍ତ୍ତମାନ କିନ୍ତୁ ଏହି ଟିକଟକ ଆପ ବିବାଦରେ । ଯାହା ଏହି କିଛିଦିନ ମଧ୍ୟରେ ବନ୍ଦ ହୋଇଯାଇପାରେ । ନିକଟରେ ଦିଲ୍ଲୀର ଏକ ଯୁବକ ଟିକଟକ ଭିଡିଓ କଲାବେଳେ ତା ଦେହରେ ସତସତିକା ଗୁଳିି ବାଜିଥିଲା । ଏବଂ ଯୁବକଟି ମରି ଯାଇଥିଲା । ଯାହାକୁ ନେଇ ସରକାର ପଡିଥିଲେ ଅସୁବିଧାରେ ।
ଏବଂ ଏହି ଆପଟିକୁ ପ୍ଲେ ଷ୍ଟୋରରୁ ହଟାଇ ଦେବାକୁ ସରକାର ନେଇଛନ୍ତି ନିଷ୍ଫତି । ମଦ୍ରାସା ହାଇକୋର୍ଟ ପକ୍ଷରୁ ଷ୍ଟେ କରିବାକୁୁ କରାଯାଇଥିବା ଆବେଦନକୁ ସୁପ୍ରିମ କୋର୍ଟ ଖାରଜ କରିଥିଲା । ମିନିଷ୍ଟ୍ରି ଅଫ୍ ଇଲେକ୍ଟ୍ରୋନିକ୍ସ ଆଣ୍ଡ ଇନ୍ଫରମେସନ ଟେକନୋଲୋଜି ପକ୍ଷରୁ ଏହାକୁ ପ୍ଲେ ଷ୍ଟୋରରୁ ଡିଲେଟ କରିବାକୁ ନିର୍ଦେଶ ଦେଇଛି ।