ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜି ସୁପ୍ରିମକୋର୍ଟ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦୋଷୀ ଅକ୍ଷୟଙ୍କ ପୁନର୍ବିଚାର ଆବେଦନକୁ ଖାରଜ କରିଦେଇଛନ୍ତି । ଯାହା ଫଳରେ ଅକ୍ଷୟଙ୍କ ଫାଶୀ ପାଇବାର ରାସ୍ତା ସଫା ହୋଇଛି । ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ଅଶୋକ ଭୂଷଣ ,ଜଷ୍ଟିସ ଇନ୍ଦୁମତୀ, ଜଷ୍ଟିସ ଏ.ଏସ. ବୋପାନ୍ନାଙ୍କ ମିଳିତ ଖଣ୍ଡ ପୀଠ ଏହି ଆବେନକୁ ଖାରଜ କରିଛନ୍ତି । ସବୁଠାରୁ ବଡ କଥା ହେଲା ଅକ୍ଷୟ ତାଙ୍କ ପିଟିସନରେ ଦର୍ଶାଇଥିଲେ ଏବେ ଦିଲ୍ଲୀରେ ଯେଉଁଭଳି ଭାବେ ପ୍ରଦୂଷଣ ବଢିବାରେ ଲାଗିଛି ଏଥିରେ ସେ ଆପେଆପେ ମରିଯିବେ ଏଣୁ ଫାଶୀର ଆବଶ୍ୟକତା ନାହିଁ । ଯାହାକୁ କୋର୍ଟ ଯୁକ୍ତିଯୁକ୍ତ ଭାବେ ଗ୍ରହଣ କରି ନାହାନ୍ତି । ଏହି ଆବେଦନକୁ ଖାରଜ କରିଛନ୍ତି କୋର୍ଟ ।
ତେବେ ଏହି ମାମଲାରେ ଜଡିତ ଅକ୍ଷୟଙ୍କ ସମେତ ୪ ଅଭିଯୁକ୍ତଙ୍କୁ ଫାଶୀ ମିଳିବା ରାସ୍ତା ଏକ ପ୍ରକାର ସଫା ହୋଇଛି । ସୂଚନାଯୋଗ୍ୟ ଗତ ୨୦୧୨ ମସିହାରେ ଦିଲ୍ଲୀରେ ମେଡିକାଲ ଛାତ୍ରୀ ନିର୍ଭୟାଙ୍କୁ ଏକ ବସରେ ୬ ଜଣ ମିଶି ଦୁଷ୍କର୍ମ କରିଥିଲେ । ଜଣେ ନାବାଳକ ମଧ୍ୟ ସାମିଲ ଥିଲେ । ଯାହାକୁୁ ନେଇ ସେ ସମୟରେ ସାରା ଦେଶରେ ପ୍ରତିକ୍ରିୟା ଦେଖା ଦେଇଥିଲା । ଅଭିଯୁକ୍ତଙ୍କୁ ଫାଶୀ ଦେବା ପାଇଁ ଦାବୀ ହୋଇ ଆସୁଥିଲା । ଏହି ମାମଲାରେ ୬ ଜଣ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ଜଣେ ନାବାଳକ ହୋଇଥିବାରୁ ତାକୁ ବାଳ ସୁଧାର ଗୃହକୁ ପଠା ଯାଇଥିବା ବେଳେ ଆଉ ଜଣଙ୍କର ଜେଲରେ ପୂର୍ବରୁ ମୃତ୍ୟୁ ହୋଇ ସାରିଛି ।