ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କେନ୍ଦ୍ରସରକାର ପକ୍ଷରୁ ଭାରତୀୟ ଦୂର ସଞ୍ଚାର କମ୍ପାନୀ ବିଏସଏନଏଲ ରେ ନୂତନ ଚେୟାରମ୍ୟାନ ଏବଂ ପ୍ରବନ୍ଧ ନିର୍ଦେଶକ
(ସିଏମଡି) ନିଯୁକ୍ତି କରାଯାଇଛି । ଏମଟିଏନଏଲରେ ଥିବା ବର୍ତ୍ତମାନ ସିଏମଡି ପ୍ରବୀଣ କୁମାର ପୁରବାରଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । ତାଙ୍କୁ ଆଗାମୀ ପାଞ୍ଚ ବର୍ଷ ପାଇଁ ସରାକରଙ୍କ ପକ୍ଷରୁ ନିଯୁକ୍ତି କରାଯାଇଛି ।
ଏବେ କମ୍ପାନୀ ସମ୍ପୂର୍ଣ୍ଣ ଘାଟାରେ ଚାଲୁଥିବା ଯୋଗୁଁ ଏହାକୁ ପୁନଃପରିବର୍ତ୍ତନ ଆଣିବା ପାଇଁ ସରାକର ଭରଷା ଦେଇଛନ୍ତି । ସେଥିପାଇଁ ଅନୁପମ ଶ୍ରୀବାସ୍ତବଙ୍କ ସ୍ଥାନରେ ପୁରୱାରଙ୍କୁ ନିଯୁକ୍ତି ଦିଆଯାଇଛି । ଏନେଇ ସରକାର ଏକ ବଡ ଯୋଜନା ପ୍ରସ୍ତୁତ କରୁଛନ୍ତି ବୋଲି ଦୂରସଂଚାର ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି । ଏହି ଯୋଜନା ପ୍ରସ୍ତୁତ ହୋଇ ସାରିବା ପରେ ସରକାରଙ୍କ ପକ୍ଷରୁ ଆଗାମୀ କାର୍ଯ୍ୟବାହି କରାଯିବ ।
ଗତ ଚାରି ବର୍ଷ ମଧ୍ୟରେ ଭାରତ ସଂଚାର ନିଗମ ଲିମିଟେଡର ଘାଟା ୪୮୦୦ କୋଟି ଟଙ୍କାରୁ ବଢି ୧୪ ହଜାର କୋଟି ପାର୍ ହୋଇ ଗଲାଣି ।