ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ବିଭିନ୍ନ ସମୟରେ ଆମେ ଟ୍ରାଫିକ ପୋଷ୍ଟ ଓ ଛୋଟ ଛୋଟ ଦୋକାନରେ ଦେଖିବାକୁ ପାଇଥାଉ ପ୍ଲାଷ୍ଟିକ ତ୍ରିରଙ୍ଗା । ଯାହା ବିଦେଶରୁ ଆମ ଦେଶକୁ ଆସିଥାଏ । ତେବେ ଏହି ପ୍ଲାଷ୍ଟିକ ବିଦେଶୀ ନିର୍ମିତ ତ୍ରିରଙ୍ଗା ଉପରେ ଏବେ ରୋକ ଲାଗିଛି । ଦେଶରେ ଫ୍ଲାଗ୍ କୋଡ୍ ଉଲ୍ଲଂଘନ ହୋଇଥିବାରୁ କେନ୍ଦ୍ର ସରକାର ଏପରି ଆମଦାନୀକୁ ନିଷିଦ୍ଧ ଘୋଷଣା କରିଛନ୍ତି। ଏନେଇ ଫରେନ୍ ଟ୍ରେଡ୍ର ଡିରେକ୍ଟୋରେଟ୍ ଜେନେରାଲ ସୂଚନା ଦେଇଛନ୍ତି ।
ଫ୍ଲାଗ୍ କୋଡ୍ ଅନୁସାରେ ତ୍ରିରଙ୍ଗା କେବଳ ଖଦି ଏବଂ ଭିଲେଜ୍ ଇଣ୍ଡଷ୍ଟ୍ରୀଜ୍ କମିଶନ୍ ପ୍ରସ୍ତୁତ କରିପାରିବ। ବର୍ତ୍ତମାନ କିନ୍ତୁ ଏହା ପ୍ଲାଷ୍ଟିକ୍ ଏବଂ ଅନ୍ୟ ସାମଗ୍ରୀରେ ପ୍ରସ୍ତୁତ ହୋଇ ଉପଲବ୍ଧ ହେଉଛି। ଯାହା ଆମ ଦେଶର ଜୀବନ ଜୀବିକାକୁ ପ୍ରଭାବିତ କରୁଛି। ତେଣୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଆମଦାନୀ ଉପରେ କଟକଣା ଲାଗିଛି ।
ପୂର୍ବରୁ ମଧ୍ୟ ଚାଇନା ଜିନିଷକୁ ଆମଦେଶରେ ବ୍ୟାନ କରିବା ପାଇଁ ସାଧାରଣରେ ଦାବି ହୋଇ ଆସୁଛି । ଆଗକୁ ଦୀପାବଳି ଆସୁଥିବାରୁ ଚାଇନା ଲିଚୁ ଲାଇଯ ପରିର୍ତ୍ତେ ଆମ କାରିଗରଙ୍କ ହାତ ତିଆରି ଦୀପ ଜାଳିବାକୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ ହୋଇ ଗଲାଣି ।