ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପୂର୍ବ ଲଦାଖରେ ଭାରତ-ଚୀନ ଭିତରେ ଜାରି ରହିଥିବା ବିବାଦକ ମଧ୍ୟରେ ଏବେ କେନ୍ଦ୍ର ସରକାର ଏକ ବଡ ନିଷ୍ପତି ନେଇଛନ୍ତି । ସରକାରଙ୍କ ପକ୍ଷରୁ ତିନି ସେନାଙ୍କ ପାଇଁ ୫୦୦ କୋଟି ଟଙ୍କାର ଜରୁରୀକାଳୀନ ଫଣ୍ଡ ଜାରି କରାଯାଇଛି । ଏହି ଫଣ୍ଡକୁ ତିନି ସେନା ଅସ୍ତ୍ରଶସ୍ତ୍ର କିଣିବାରେ ବ୍ୟବହାର କରିପାରିବେ ।
ସୂତ୍ର ମୁତାବକ, ମୋଦି ସରକାରଙ୍କ ଦ୍ୱାରା ଜରୁରୀକାଳୀନ ଆବଶ୍ୟକତା ପ୍ରକ୍ରିୟା ଅନୁଯାୟୀ ଅସ୍ତ୍ରଶସ୍ତ୍ର କ୍ରୟ କରିବା ଲାଗି ତିନି ସେନାଙ୍କୁ ଆର୍ଥିକ ଅଧିକାର ପ୍ରଦାନ କରାଯାଇଛି । ଏବେ ଏହି ତିନି ଶକ୍ତି ୫୦୦ କୋଟି ପର୍ଯ୍ୟନ୍ତ ଯେକୌଣସି ବି ଜରୁରର ଅସ୍ତ୍ରଶସ୍ତ୍ର କିଣି ପାରିବେ ।
ଏହାପୂର୍ବରୁ ସରକାରଙ୍କ ପକ୍ଷରୁ ଭାରତୀୟ ସୈନିକଙ୍କୁ ଚୀନର କୌଣସି ବି ଆକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ କଡା ଜବାବ ଦେବା ଲାଗି ଅନୁମତି ମିଳି ସାରିଛି । ଏବେ ସେନାଙ୍କୁ ଏଲଏସି ଉପରେ ଚୀନ ର କୌଣସି ବି ଦୁଃସାହାସକୁ ନିୟନ୍ତ୍ରଣ କରିବା ପାଇଁ ଅସ୍ତ୍ରଶସ୍ତ୍ର ଚଳାଇବା ଏବଂ ଗୁଳି ମାରିବା ପର୍ଯ୍ୟନ୍ତ ସ୍ୱାଧୀନତା ଦିଆଯାଇଛି ।
ସୂଚନାଯୋଗ୍ୟ, ପୂର୍ବ ଲଦାଖର ଗଲୱାନ ଘାଟିରେ ଜୁନ୍ ୧୫ ରେ ଭାରତ-ଚୀନ ସେନାଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା । ଏହି ସଂଘର୍ଷରେ ୨୦ ଭାରତୀୟ ଯବାନ ସହିଦ ହୋଇଥିଲେ । ଏହାପରେ ଘାଟିରେ ସେନାଙ୍କ ସଂଖ୍ୟା ବଢାଯିବା ସହ ଯୁଦ୍ଧ ବିମାନ ଉପଲବ୍ଧ ରହିଛି ।