() ଜମ୍ମୁ-କଶ୍ମୀର ସ୍ଥିତିରେ ଧୀରେ ଧୀରେ ଆସୁଛି ସୁଧାର । ଧାରା ୩୭୦ ଉଚ୍ଛେଦ ପରେ ବିଭିନ୍ନ କ୍ଷେତ୍ରରେ ପ୍ରତିବନ୍ଧକ ଲଗାଯାଇଛି । ଆଜି ଜମ୍ମୁ-କାଶ୍ମୀରରେ ଥିବା ବିଭିନ୍ନ ସରକାରୀ କାର୍ୟ୍ୟାଳୟ ସମେତ ସଚିବାଳୟ ଆଜିଠାରୁ ଖୋଲିବ । ଗତକାଲି ରାଜ୍ୟପାଳ ସତ୍ୟପାଲ ମଲିକ୍ ସୁରକ୍ଷା ସ୍ଥିତି ନେଇ ସମୀକ୍ଷା କରିବା ପରେ ଆଜି ସରକାରୀ ଅଫିସ୍ ଏବଂ ଅନ୍ୟ କାର୍ୟ୍ୟାଳୟ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଜମ୍ମୁ-କଶ୍ମୀରରେ ଏବେ ଫୋନ ସେବା ପୁରା ପୁରି ବନ୍ଦ ଥିବା ବେଳେ ଏହାକୁ ପୁଣି ଥରେ ଚାଲୁ କାରିବା ପାଇଁ ଆଜି ନିଷ୍ପତ୍ତି ନିଆଯିବ । ରାଜଭବନର ଜଣେ ପ୍ରବକ୍ତାଙ୍କ ସୂଚନା ଅନୁସାରେ, ଆଜିର ନମାଜ ପାଠ ପରେ ସାଧାରଣ ଲୋକଙ୍କ ଉପରେ ଲାଗିଥିବା ପ୍ରତିବନ୍ଧକକୁ କେତେ ପରିମାଣରେ କୋହଳ କରାଯିବ ସ୍ଥିର କରାଯିବ । ଏହାସହ ସରକାର ଏଠାକାର ସ୍ଥିତି ଉପରେ ନଜର ରଖିବେ ।
ଆଜିର ନମାଜ ପାଠ ପରେ ହିଁ ସାଧାରଣ ଲୋକଙ୍କ ଉପରେ ଲାଗିଥିବା ପ୍ରତିବନ୍ଧକକୁ କୋହଳ କରାଯିବା ନେଇ ଚିନ୍ତା କରାଯିବ । ଏହାସହ ଔପଚାରିକ ଭାବେ ବନ୍ଦ କରାଯାଇ ଅମରନାଥ ଯାତ୍ରା ବାବଦରେ ସମୀକ୍ଷା କରିଛନ୍ତି ରାଜ୍ୟପାଳ ସତ୍ୟପାଲ ମଲିକ୍ । ଏହାସହ ବୁଧବାର ଅମରନାଥର ପବିତ୍ର ଗୁମ୍ଫାରେ ପୂଜାର୍ଚ୍ଚନା କରାଯାଇଥିଲା । ଜାମ୍ମୁକାଶ୍ମୀରରେ ଦୀର୍ଘ ବର୍ଷ ହେଲା ଲାଗୁ ହୋଇ ରହିଥିବା ଅନୁଛଦ ୩୭୦କୁ ହଟାଇ ଦିଆଯାଇଥିଲା । ଯାହା ଏବେ ସବୁ ଠାରୁ ବଡ ପ୍ରସଙ୍ଗ ।
୧୯୫୨ ମସିହା ନମ୍ଭେମ୍ବର ୧୭ ତାରିଖ ଠାରୁ ଏହା ଏଠାରେ ଲାଗିଥିଲା । ଯାହା ଫଳରେ ଅନ୍ୟ ରାଜ୍ୟ ଜନସାଧାରଣଙ୍କ ତୁଳନାରେ ଜମ୍ମୁ-କଶ୍ମୀର ଲୋକ କିଛି ବିଶେଷ ସୁବିଧା ସୁଯୋଗ ପାଇଥାନ୍ତି । ତେବେ ସରକାର ଏହି ଅନୁଛେଦକୁ ଉଠାଇ ଦେବା ପରେ ଜମ୍ମୁ-କଶ୍ମୀର ବାସିନ୍ଦା ସେହି ସବୁ ବିଶେଷ ସୁବିଧାରୁ ବଞ୍ଚିତ ହେବେନାହିଁ ।