ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ପୁଣି ଓଷଧ ବିକଳରେ ତାଟିଅ।। କାମୁଡିଲା ପାକିସ୍ତାନ । ଜାମ୍ମୁକାଶ୍ମୀରରୁ ୩୭୦ ଉଚ୍ଛେଦ ହେବା ପରେ ପ୍ରତିକ୍ରିୟା ଶୀଳ ହୋଇ ପଡିଥିବା ପାକିସ୍ତାନର ସବୁବେଳେ ଭାରତ ଚିନ୍ତା । ନିଜ ଦୁର୍ବଳ ଅର୍ଥନୀତିକୁ ସୁଧାରିବା କଥା ଚିନ୍ତା କରିବା ପରିବର୍ତ୍ତେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କେବଳ ଭାରତ କଥା ଭାବୁଛନ୍ତି । ଭାରତକୁ ଅକଳରେ ପକାଇବାକୁ ସବୁ ଦିନେ କିଛି ନୂଆ କଥା ଚିନ୍ତା କରୁଛନ୍ତି ।
ଏହି ନିକଟରେ ଭାରତ ସହିତ ପାକିସ୍ତାନ ସମସ୍ତ ରାଜନୈତିକ ଓ କୁଟନୈତିକ ସମ୍ପର୍କ ଛିନ୍ନ କରିଥିଲା । ଏହା ପରେ ଗୋଟିଏ ପରେ ଗୋଟିଏ ନୂଆ ଘୋଷଣା କରି ଆସୁଛି ପାକିସ୍ତାନ । ଭାରତ ପାକିସ୍ତାନ ସମଝୋତା ଏକ୍ସପ୍ରେସ ବନ୍ଦ କରିବା । ଲାହୋର ଦିଲ୍ଲୀ ବସ ସେବା ବନ୍ଦ କରିବା । ଭାରତୀୟ ସିନେମାକୁ ପାକିସ୍ତାନରେ ବନ୍ଦ କରିଥିଲା ଏବେ ପୁଣି ପାକିସ୍ତାନ ଆଉ ଏକ ନୂଆ ନିଷ୍ପତ୍ତି ନେଇଛି ।
ପାକିସ୍ତାନରେ ପ୍ରସାରିତ ହେଉଥିବା ଯେଉଁ ସବୁ ବିଜ୍ଞାପନରେ ଭାରତୀୟ କଳାକାର ଅଭିନୟ କରିଛନ୍ତି ସେହି ସବୁ ବିଜ୍ଞାପନକୁ ପକିସ୍ତାନ ବ୍ୟାନ କରିଛି । ସୂଚନ ଅନୁସାରେ ଡେଟଲ ସର୍ଫ, ପ୍ୟାନଟିନ ସାମ୍ପୋ, ଏକ୍ସଲ ପାଉଡର, ସାଣ୍ଡେଲ ସାମ୍ପୋ,ଫଗ ବଡିସ୍ପ୍ରେ, ଫେୟାର ଲଭଲି, ସନସିଲକ ସାମ୍ପୋ ପ୍ରଭୃତି ପ୍ରଡକ୍ଟର ବିଜ୍ଞାପନକୁ ବନ୍ଦ କରିଛି ପାକିସ୍ତାନ ।