ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତୀୟ ସେନାରେ ମହିଳାଙ୍କ ସ୍ଥାୟୀ କମିଶନକୁ କେନ୍ଦ୍ରୀୟ ରକ୍ଷାମନ୍ତ୍ରାଳୟ ପକ୍ଷରୁ ଆଧିକାରିକ ରୁପେ ମଞ୍ଜୁରି ମିଳି ଯାଇଛି । ଗୁରୁବାର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ସ୍ୱୀକୃତି ପତ୍ର ପରେ ଏବେ ସେନାର ବିଭିନ୍ନ ଶୀର୍ଷ ପଦରେ ମହିଳାଙ୍କ ମୁତୟନ କରାଯାଇ ପାରିବ ।
ଆଦେଶ ମୁତାବକ, ସର୍ଟ ସର୍ଭିସ କମିଶନ୍ (ଏସଏସସି) ର ମହିଳା ଅଧିକାରୀଙ୍କୁ ଭାରତୀୟ ସେନାର ସମସ୍ତ ୧୦ ଭାଗରେ ସ୍ଥାୟୀ କମିଶନର ଅନୁମତି ଦିଆଯାଇଛି ।
ଏବେ ଆର୍ମି ଏୟାର ଡିଫେନ୍ସ, ସିଗ୍ନଲ, ଇଂଜିନିୟର, ଆର୍ମି ଆଭିଏସନ୍, ଇଲେକ୍ଟ୍ରୋନିକ୍ସ, ମେକାନିକାଲ ଇଂଜିନିୟରିଂ,ଆର୍ମି ଅର୍ଡିନେନ୍ସ କର୍ପସ, ଆର୍ମି ସର୍ଭିସ କର୍ପସ ଏବଂ ଇଂଟେଲିଜେନ୍ସ କର୍ପସ ରେ ବି ସ୍ଥାୟୀ କମିଶନ ମିଳି ପାରିବ । ଏହାସହିତ ଜଜ୍ ଆଣ୍ଡ ଆଡଭୋକେଟ ଜେନେରାଲ, ଆର୍ମି ଏଜୁକେସନାଲ କପର୍ସ ରେ ବି ଏହି ସୁବିଧା ଉବଲବ୍ଧ ।
ସେନା ପକ୍ଷରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି କି, ସମସ୍ତ ମହିଳା ଅଧିକାରୀଙ୍କୁ ଦେଶରେ ସେବା କରିବାର ସୁଯୋଗ ଦେବା ପାଇଁ ଭାରତୀୟ ସେନା ସମ୍ପୂର୍ଣ୍ଣ ପ୍ରସ୍ତୁତ ।