ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଗତ ମାର୍ଚ୍ଚ ୨୩ ପରଠାରୁ ସାରା ଦେଶରେ ଲକ ଡାଉନ ଜାରି ହୋଇଛି । ଯାହାଫଳରେ ଲୋକମାନେ ଏକ ପ୍ରକାର ଘରେ ବନ୍ଦୀ ହୋଇ ରହିଛନ୍ତି । ଯାହା ପଛରେ ପ୍ରମୁଖ କାରଣ ରହିଛି କରୋନା କବଳରୁ ଜୀବନ ବଞ୍ଚାଇବା । ତେବେ ଆସନ୍ତା ଅପ୍ରେଲ ୧୪ ତାରିଖରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶରେ ଲାଗୁ କରାଯାଇଥିବା ଲକ ଡାଉନର ଅବଧି ଶେଷ ହେବ । ତେବେ ଏହା ଆଗକୁ ବଢିବ କି ନାଁ ଏହା ଉପରେ ରହିଛି ଏବେ ସମସ୍ତଙ୍କ ନଜର । ତେବେ ଗୃହ ବିଭାଗ ପକ୍ଷରୁ ଏବେ ସୂଚନା ମିଳିଛି କି ଦେଶରେ ଲୋକ ମାନଙ୍କ ସୁବିଧା ପାଇଁ କିଛି ଗରୁତ୍ୱପୂର୍ଣ୍ଣ ବିଭାଗରେ ବା ଜରୁରୀକାଳୀନ ସେବାରେ କୋହଳ କରିବାକୁ । ଏନେଇ ବିଚାର ବିମର୍ଶ ଚାଲିଛି । କିଛି ଆବଶ୍ୟକୀୟ କଟକଣା ଓ ନିୟମ ବା ଗାଇଡ ଲାଇନ ଆଧାରରେ ଅନୁମତି ଦେବାକୁ ସରକାର ଚିନ୍ତା କରୁଛନ୍ତି । ରାଜ୍ୟର ବିଭିନ୍ନ ଉଦ୍ୟଗ ଏଥିରେ ଅନ୍ତର୍ଭୁକ୍ତ ରହିବ । କୃଷି ସହିତ ଜଡିତ କାର୍ଯ୍ୟକୁ ଅନୁମତି ଦିଆଯିବା ନେଇ ଏମଏଚଏ ସମ୍ପର୍କ କରୁଛି । ଏନେଇ ଗୃହ ବିଭାଗ ପକ୍ଷରୁ ଅର୍ଥ ଏବଂ ଶିଳ୍ପଉଦ୍ୟଗ ମନ୍ତ୍ରଣାଳୟକୁ ଚିଠି ଯୋଗେ ସୂଚନା ଦିଆଯାଇଛି ।
ତେବେ ଆସନ୍ତୁ ଜାଣିବା ଏନେଇ କ’ଣ ରହିଛି ଗାଇଡ ଲାଇନ –
୧- ଶ୍ରମିକଙ୍କ ପାଇଁ ଏକକ ପ୍ରବେଶ ପଥ
୨- ସାମାଜିକ ଦୂରତା ବଜାୟ ରଖିବା ପାଇଁ ପର୍ଯ୍ୟାପ୍ତ ସ୍ଥାନ
୩- ସେହିଭଳି ଶ୍ରମିକ ମାନଙ୍କ ଯିବା ଆସିବା ପାଇଁ ସ୍ୱତନ୍ତ୍ର ପରିବହନ ବ୍ୟବସ୍ଥା
୪- ପରିବେଶ ସଫା ସୁତୁରା ଓ ସ୍ୱଚ୍ଛତା ବଜାୟ ରଖିବା
୫- ରାଜ୍ୟ ଏବଂ ଜିଲ୍ଲା ପ୍ରାଧୀକରଣ ଅନୁମତି ଦେବା ସୟରେ ଏହି ସବୁ ଦିଗ ପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି ।
୬- କପଡା ଅଟୋମୋବାଇଳ ଏବଂ ଇକ୍କଟ୍ରୋନିକ୍ସ ଆଦି ଉଦ୍ୟଗ ୨୦ ରୁ ୨୫ ପ୍ରତିଶତ କାର୍ଯ୍ୟ କରିବାକୁ ଅନୁମତି ଦେବାକୁ ବିଚାର କରାଯାଉଛି
୭- କାର୍ଯ୍ୟକ୍ଷମ ହେବାକୁ ଥିବା ଏହି ଉଦ୍ୟଗ ଗୁଡିକ ଏମଏସଏମଇ କୁ ନିମ୍ନ ଜନଶକ୍ତି ଆବଶ୍ୟକ ସାମଗ୍ରୀର ତଥ୍ୟ ଦେବେ । ଯାହା ଫଳରେ ଏହାକୁ ଭିତ୍ତି କରି ଅନୁମତି ଦେବାକୁ ବିଚାର କରାଯିବ ।
୮- ଟ୍ରାନ୍ସଫରମର, ସର୍କିଟ ବାହାନ ଭାରୀ ବୈଦୁତିକ ଆଇଟମ ପାଇଁ ଅନୁମତି
୯- ସେହିଭଳି ଦୂରସଂଚାର ସହିତ ଜଡିତ ଫାଇବର ଆଇଟମ
୧୦- ଷ୍ଟିଲ ଏବଂ ମିଶ୍ର ଧାତୁ ମିଲ
୧୧- ସେହିଭଳି ସିମେଣ୍ଟ, ଫଟିଲାଇଜର ପ୍ଲାଣ୍ଟ, ପ୍ରତିରକ୍ଷା ଉପକରଣ , ଯୋଗାଯୋଗ ଆଦି ସରକାରଙ୍କ ଗାଇଡ ଲାଇନ ମାନି କମ ଶ୍ରମ ଶକ୍ତିରେ ସୁରକ୍ଷା ଉପରେ ଅଧିକ ଧ୍ୟାନ ଦେଇ ଖୋଲିବାକୁ ଅନୁମତି ଦିଆଯାଇପାରେ ।