ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଏଥର ବାହାଘର ଖାଦ୍ୟ ଫୋପାଡିବା ପଡିବାରେ ମହଙ୍ଗା । ଧରାହେଲେ ଦେବେ ଜରିମାନା । ଏଥିପାଇଁ ଏଫଏସଏସଏଆଇ ପକ୍ଷରୁ ଏକ ଡ୍ରାଫ୍ଟ ପ୍ରସ୍ତୁତ କରାଯାଇଛି । ଏହି ଡ୍ରାଫ୍ଟଟିକୁ ମଞ୍ଜୁର ପାଇଁ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟକୁ ପଠାଯିବ ।
ସୂଚନା ଯୋଗ୍ୟ, ବାହାଘର ପରେ ଅନେକ ହୋଟେଲ ଏବଂ ରେସ୍ତୋରାଂରେ ଖାଦ୍ୟ ବର୍ବାଦ ହେବା ସାଧାରଣ କଥା । ଲୋକେ ଅଳ୍ପ ଖାଦ୍ୟ ଖାଇ ଫୋପାଡି ଦେଇଥାନ୍ତି । ଯାହାଦ୍ୱାରା ଖାଦ୍ୟ ବର୍ବାଦ ହୋଇଥାଏ ।
ଅଧିକାଂଶ ଲୋକଙ୍କୁ ଜଣାନଥାଏ କି ବଳକା ଖାଦ୍ୟକୁ କେଉଁଠି ଏବଂ କିଭଳି ବ୍ୟବହାର କରିବେ । ସେଥିପାଇଁ ଏବେ ଖାଦ୍ୟକୁ ନଷ୍ଟ ହେବାରୁ ରୋକିବା ପାଇଁ ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନବ ପ୍ରାଧିକରଣ(ଏଫଏସଏସଏଆଇ) ଏକ ନୂତନ ନିୟମ ଆଣିବାକୁ ଯାଉଛନ୍ତି । କୌଣସି ଅଣ-ସରାକରୀ ସଂଗଠନ ହୋଟେଲ-ରେସ୍ତୋରାଂ ଏବଂ ବିବାହ ମଣ୍ଡପରୁ ବଳକା ଖାଦ୍ୟ ନେଇ ଗରିବଙ୍କ ମଧ୍ୟରେ ବାଣ୍ଟୁଛନ୍ତି, କିନ୍ତୁ ଏହି ଖାଦ୍ୟର ଗୁଣବତ୍ତାକୁ ନେଇ କୌଣସି ଲାଭ ନାହିଁ । ମାତ୍ର ନୂତନ ଡ୍ରାଫ୍ଟରେ ଏହି ପ୍ରସଙ୍ଗ ଉପରେ ବିଶେଷ ଧ୍ୟାନ ଦିଆଯିବ । ସେପଟେ ଖାଦ୍ୟ ବାଣ୍ଟିବା ପାଇଁ ଏନଜିଓ ଗୁଡିକୁ ଅଧିକୃତ କରାଯିବ । ଏହି ଡ୍ରାଫ୍ଟ ଅନୁଯାୟୀ ସମସ୍ତ ରାଜ୍ୟରେ ଖାଦ୍ୟ ଆୟୁକ୍ତ ଅଧ୍ୟକ୍ଷତାରେ ଏକ ଏକ ସମିତି ଗଢାଯିବ । ଦାନରେ ଆସୁଥିବା ଖାଦ୍ୟ ଉପରେ ଏହି ସମିତି ତଦାରଖ କରିବ ଏବଂ ବ୍ୟବସ୍ଥାରେ ସୁଧାର ପାଇଁ ପରାମର୍ଶ ଦେବ ।