ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ନବ-ବଧୂଙ୍କ ବିଦାଇ ରେ ବିଳମ୍ବ ହେବାରୁ ବର ଘର ପକ୍ଷରୁ ଆରମ୍ଭ ହୋଇଗଲା ମାର୍ ପିଟ୍ । ଏହି ହମଲାରେ ଚାଲିଗଲା ବଧୂଙ୍କ ବାପାଙ୍କ ଜୀବନ । ଏହାସହିତ ମା’ ଏବଂ ଭାଇ ମଧ୍ୟ ଗମ୍ଭୀର ଭାବେ ଆହତ ହୋଇଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ରାଜସ୍ଥାନର ଜାଲୋର କୋତବାଲୀ ଅଞ୍ଚଳରେ ଦେଖିବାକୁ ମିଳିଛି ।
ପ୍ରକୃତରେ ବାହାଘରର ପର ଦିନ ବୁଧବାର ପଡୁଥିବାରୁ ଝିଅ ଘର ପକ୍ଷରୁ ବିଦାଇର ନିର୍ଣ୍ଣୟ ଗୋଟେ ଦିନ ପରେ କରିଥିଲେ । ଏହାପରେ ବର ଘର ଲୋକ ଆକର୍ଷିତ ହୋଇପଡିବା ସହ ବଧୂ ଘର ଲୋକଙ୍କୁ ମାରିବା ଆରମ୍ଭ କରି ଦେଇଥିଲେ ।
ଏହି ମାମଲାରେ ଅଭିଯୁକ୍ତ ବର ସମେତ ୭ ଜଣଙ୍କ ନାଁରେ ମାମଲା ରୁଜୁ କରିଛି ପୋଲିସ୍ । ମିଡିଆ ରିପୋର୍ଟ ଅନୁଯାୟୀ ବୁଧବାର ରାତିରେ ରାମଦେବ କଲୋନୀ ନିବାସୀ ପପିୟା ଥାନାରେ ଅଭିଯୋଗ କରିଛନ୍ତି କି ତାଙ୍କ ଭଉଣୀ ଗୀତା ର ବାହାଘର ରଣଛୋଡ ନଗର ନିବାସୀ ଅଶୋକ ଓରଫ ଅସିୟା ପୁତ୍ର ପକାରାମଙ୍କ ସହିତ ଠିକ୍ ହୋଇଥିଲା । ମଙ୍ଗଳବାର ଧାର୍ମିକ ରୀତି ନୀତି ଅନୁଯାୟୀ ବାହାଘର ସମ୍ପର୍ଣ୍ଣ ହୋଇଥିଲା । ଏହାପରେ ବଧୂର ବିଦାଇ ପାଇଁ ବର ଘର ପକ୍ଷରୁ ବୁଧବାର କହିଥିଲେ , କିନ୍ତୁ ବଧୂ ଘର ସେମାନଙ୍କ କଥାରେ ରାଜି ନହୋଇ ବିଦାଇ ଗୁରୁବାର ହେବ ବୋଲି କହିଥିଲେ । ଏହାପରେ ଦୁଇ ପରିବାର ପକ୍ଷରୁ ବିବାଦ ଆରମ୍ଭ ହୋଇଯାଇଥିଲା । ସେପଟେ ବୁଧବାର ଦିନ ବଧୂକୁ ନନେଇ ବର ଏକୁଟିଆ ଫେରିଯାଇଥିଲା ସତ, କିନ୍ତୁ ରାତିରେ ପରିବାର ବର୍ଗକୁ ଧରି ଆସିବା ସହ ବଧୂ ଘର ଲୋକଙ୍କ ଉପରକୁ ହମଲା କରିଥିଲେ ।