ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସରକାର ଜିଏସଟିଆର- ୧କୁ ରିଟନ ଦାଖଲ ନିମନ୍ତେ ବିଳମ୍ବିତ ଶୁଳ୍କ ଛାଡ କରିଛନ୍ତି । ଜିଏସଟି ଆଇନ ପ୍ରଣୟନ ହେବା ଠାରୁ ନଭେମ୍ବର ୨୦୧୯ ପର୍ଯ୍ୟନ୍ତ ବାକିଥିବା ଜିଏସଟିଆର- ୧ ଦାଖଲ କରିବେ ନିମନ୍ତେ ଶୁଳ୍କ ଛାଡ କରିଛନ୍ତି । ତେବେ ଏନେଇ ଜିଏସଟି ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ହେଲେ ବକେୟା ଜିଏସଟିଆର- ୧କୁ ଯଦି ୨୦୨୦ ଜାନୁଆରୀ ୧୦ ମଧ୍ୟରେ ଦାଖଲ କରୁଛନ୍ତି ତେବେ ଯାଇ ଶୁଳ୍କ ଛାଡ ମିଳିବ ।
ତେଣୁ ସରକାରଙ୍କ ତରଫରୁ ଜାନୁଆରୀ ୧୦ ମଧ୍ୟରେ ସମସ୍ତେ ରିଟନ ଦାଖଲ କରିବାକୁ ପରାମର୍ଶ ଦିଆଯାଇଛି । ଅନ୍ୟପଟେ ବାଣିଜ୍ୟ କର ଏବଂ ଦ୍ରବ୍ୟ ଓ ସେବା କର ଆୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି କି ଯେଉଁମାନଙ୍କର ଦୁଇଟି ଟିକସ ଅବଧି ପାଇଁ ୨୦୨୦ ଜାନୁଆରୀ ୧୦ ପରେ ଯେଉଁ ଟିକସଦାତାମାନେ ଜିଏସଟିଆର-୧ ଦାଖଲ କରିବାରେ ବିଫଳ ହେବେ ସେମାନଙ୍କ ଠାରୁ ଇ- ୱେବିଲ ବାହାର କରିବାର ସୁବିଧା ବନ୍ଦ କରିଦିଆଯିବ ବୋଲି କୁହାଯାଇଛି ।
୩୮,୦୨୬ ଟିକସଦାତାଙ୍କର ଇ- ୱେବିଲ ବାହାର କରିବା ବ୍ୟବସ୍ଥା ବନ୍ଦ କରାଯାଇଛି । କାରଣ ଟିକସଦାତାମାନେ ୨୦୧୯ ଅକ୍ଟୋବର ଓ ନଭେମ୍ବର ଟିକସ ଅବଧି ପାଇଁ ଜିଏସଟିଆର- ୩ ରିଟର୍ନ ଦାଖଲ କରିବାରେ ଖିଲାପ କରିଥିଲେ । ତେବେ ସେମାନଙ୍କ ମଧ୍ୟରୁ ୧୬୪୭ଜଣ ଟିକସଦାତା ସେମାନଙ୍କର ବକେୟା ରିଟର୍ନ ଦାଖଲ କରିଛନ୍ତି ତେଣୁ ସେମାନ ପୁନଃ ଇ- ୱେବିଲ ବାହାର କରିବାର ବ୍ୟବସ୍ଥାକୁ ପ୍ରଚଳନ କରାଯାଇଛି ।