ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଥାନାରେ ଚାଲିଛି ମଙ୍ଗଳଗୀତ ଗାନ । ଆଉ ଚେୟାର ଉପରେ ବସିଥିବା ଯୁବତୀଙ୍କ ଦେହରେ ଲଗାଯାଉଛି ହଳଦୀ । ଆପଣଙ୍କ ମନରେ ଏବେ ପ୍ରଶ୍ନ ନିଶ୍ଚୟ ଆସୁଥିବ କି ଥାନାରେ ଏ କଣ ଚାଲିଛି । ବାସ୍ତବରେ ଏବେ କରୋନା ପାଇଁ ସବୁଠି ହାହାକାର । ଏଥିପାଇଁ କିଛି ସ୍ଥାନରେ ଲକଡାଉନ ମଧ୍ୟ ଲଗାଯାଇଛି । ସମସ୍ତ ପୋଲିସକର୍ମୀ ଲକଡାଉନ ଡ୍ୟୁଟି କରୁଛନ୍ତି । ଏଭଳି ସ୍ଥିତିରେ ପୋଲିସକର୍ମୀଙ୍କୁ ଛୁଟି ମିଳିବା କଷ୍ଟକର । କିନ୍ତୁ ଜଣେ ମହିଳା ପୋଲିସ କନେଷ୍ଟବଳଙ୍କୁ ତାଙ୍କ ବିବାହର ହଳଦୀ ରସମ ପାଇଁ ଛୁଟି ନମିଳିବାରୁ ସେ ଥାନାରେ ତାଙ୍କ ହଳଦୀ ରସମ ପୁରା କରିଛନ୍ତି । ରାଜସ୍ଥାନର ଡୁଙ୍ଗୁରପୁରରୁ ଆସିଛି ଏଭଳି ଏକ ମାମଲା । ଯାହା ସମସ୍ତଙ୍କ ମନକୁ ଛୁଇଁଛି ।
ବାସ୍ତବରେ, ମହିଳା କନେଷ୍ଟବଳ ଜଣକ ଡୁଙ୍ଗରପୁର ପୋଲିସ ଷ୍ଟେସନରେ ଡ୍ୟୁଟି କରୁଛନ୍ତି ଏବଂ କରୋନାର ମାମଲା ବୃଦ୍ଧି ପାଇଁ ତାଙ୍କୁ ଛୁଟି ମିଳି ପାରୁ ନାହିଁ । ଏଥିପାଇଁ ମହିଳା କନେଷ୍ଟବଳ ଜଣକ ପୋଲିସ ଷ୍ଟେସନରେ ହିଁ ତାଙ୍କର ହଳଦୀ ରସମ ସମ୍ପନ୍ନ କରିଛନ୍ତି । ପୋଲିସ ଷ୍ଟେସନରେ ଥିବା ଅନ୍ୟ ମହିଳା ପୋଲିସକର୍ମୀମାନେ ତାଙ୍କୁ ହଳଦୀ ଲଗାଇ ହଳସୀ ରସମର ଶୁଭେଚ୍ଛା ଜଣାଇଛନ୍ତି ।