ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଫିଲ୍ମ ଏବଂ ସଙ୍ଗୀତ ନିର୍ମାଣ କମ୍ପାନୀ ଟିସିରିଜ୍ ର ହନୁମାନ ଚାଳିଶା ଏବେ କରୋନା ସଙ୍କଟ ମଧ୍ୟରେ ଏକ ରେକର୍ଡ କରିଛି । ୟୁଟ୍ୟୁବରେ ହନୁମାନ ଚାଳିଶାକୁ ଏକ ଶହ କୋଟି ରୁ ଅଧିକ ଲୋକ ଦେଖିସାରିଲେଣି । ଏନେଇ ନିଜେ ଭୂଷଣ କୁମାର ସୂଚନା ଦେଇଛନ୍ତି ।
ଭୂଷଣ କୁମାର ଗତ ମେ ୨୭ ରେ ଟ୍ୱିଟ୍ କରି କହିଥିଲେ କି, ଆଜି ପୁରା ଟିସିରିଜ୍ ପରିବାର ପାଇଁ ବହୁତ ଖୁସୀର ମୁହୂର୍ତ୍ତ । କାରଣ ଆଜି ଟିସିରିଜ୍ ର ହନୁମାନ ଚାଳିଶା ଏକ ଆରବ ଭ୍ୟୁଜ୍ ହାସଲ କରିଛି । ପିତାଙ୍କ ଶୁଭକାମନା ସର୍ବଦା ଏଭଳି ଆମ ସହିତ ରହିଥାଏ ଏବଂ ଆମେ ସଫଳତା ହାସଲ କରୁଥାଉ ।
#LalitSen #Chander #tseriesbhaktisagar
— Bhushan Kumar (@itsBhushanKumar) May 27, 2020
ପ୍ରକୃତରେ କରୋନା ଭାଇରସ ଯୋଗୁଁ ଦେଶରେ ମେ ୩୧ ଯାଏଁ ଚତୁର୍ଥ ପର୍ଯ୍ୟାୟ ଲକ୍ ଡାଉନ୍ ଜାରି ରହିଛି । ଲକ୍ ଡାଉନ୍ ର ଆରମ୍ଭରୁ ହିଁ ଲୋକେ ରାମାୟଣ ଏବଂ କୁ ପୁର୍ନବାର ପ୍ରସାରିତ କରିବା ପାଇଁ ଦାବି କରିଥିଲେ । ଲୋକଙ୍କ ଦାବିକୁ ନେଇ ଦୁରଦର୍ଶନରେ ଆରମ୍ଭ ହୋଇଥିଲା ରାମାୟଣ । ଏହାପରେ ସମସ୍ତ ରେକର୍ଡ ଭାଙ୍ଗିଥିଲା ରାମାୟଣ । ଏବେ ପୁଣି ଟିସିରିଜ୍ ର ହନୁମାନ ଚାଳିଶା ବି ନୂଆ ରେକର୍ଡ କରିଛି ।