ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପିଏନବି ଫ୍ରଡ୍ ତଥା ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ଚତୁର୍ଥ ଜାମିନ ପିଟିସନ ଉପରେ ଶୁଣାଣି କାର୍ଯ୍ୟ ହୋଇ ସାରିଛି । ଲଣ୍ଡନର ହାଇକୋର୍ଟରେ ଏହି ଶୁଣାଣି ଚାଲିଥିଲା । ଏହାର ନିର୍ଣ୍ଣୟ ଉପରେ ଆଜି କୋର୍ଟ ପକ୍ଷରୁ ଶୁଣାଣି ହେବ । ପଞ୍ଜାବ ନାସନାଲ ବ୍ୟାଙ୍କରୁ କୋଟି କୋଟି ଟଙ୍କା ନେଇ ଫେରାର ହୋଇଯାଇଥିବା ନୀରବ ମୋଦି ଏବେ ଲଣ୍ଡନ ଜେଲରେ ଅଛନ୍ତି । ତାଙ୍କୁ ଜାମିନରେ ଆଣିବା ଲାଗି ୩ଟି ପିଟିସନ୍ ଖାରଜ ହେବା ପରେ ଜାମିନ ପାଇଁ ୪ର୍ଥ ପିଟିସନ୍ ଦାଖଲ କରାଯାଇଥିଲା ।
ଏହି ମାମଲାରେ ଇଂଲଣ୍ଡ ଆଣ୍ଡ ବ୍ଲେସର ଉଚ୍ଚ ନ୍ୟାୟାଳୟରେ ମଙ୍ଗଳବାର ଏହାର ଶୁଣାଣି ହୋଇଛି । ୱେଷ୍ଟମିଂଷ୍ଟର ମାଜିଷ୍ଟ୍ରେଟ କୋର୍ଟ ପକ୍ଷରୁ ଜାମିନ୍ ପିଟିସନକୁ ୩ଥର ଖାରଜ କରି ଦିଆଯାଇଛି ।
ଖବରମୁତାବକ, ୧୩ ହଜୋର କୋଟି ଟଙ୍କା ଘୋଟାଲା ମାମଲାରେ ମାର୍ଚ୍ଚ ୧୯ ରେ ନୀରବ ମୋଦିଙ୍କୁ ସ୍କଟଲାଣ୍ଡରେ ଗିରଫ କରାଯାଇଥିଲା । ସେପଟେ ନୀରବ ପ୍ରତ୍ୟାର୍ପଣ କରନ୍ତୁ ବୋଲି ଭାରତୀୟ ଏଜେନ୍ସି ଲଗାତର ଭାବେ ପ୍ରୟାସ ଚଳାଇଛି । ପିଟିସନର ଶୁଣାଣି ମଧ୍ୟରେ ନୀରବ ମୋଦି ଏବଂ ତାଙ୍କ ଭାଇଙ୍କ ମଧ୍ୟରେ ଇମେଲ ଦ୍ୱାରା ହୋଇଥିବା ଆଦାନ ପ୍ରଦାନକୁ ନୀରବ ମୋଦିଙ୍କ ଓକିଲ କ୍ଲେୟର ମୋଣ୍ଟଗୋମରୀ ପଢି ଶୁଣାଇଛନ୍ତି ।
କ୍ଲେୟର କହିଛନ୍ତି କି ଲଣ୍ଡନରୁ ପୁଞ୍ଜି ଏକାଠି କରିବା ପାଇଁ ନୀରବ ମୋଦି ଆସିଛନ୍ତି । ଯଦି ତାଙ୍କୁ ଜାମିନ ମିଳିଯାଉଛି ତେବେ ସେ ନିଜକୁ ଏକ ଇଲୋକ୍ଟ୍ରନିକ୍ସ ଉପକରଣ ଦ୍ୱାରା କରିବାର ଇଛା ରଖିଛନ୍ତି । ଯାହାଫଳରେ ତାଙ୍କୁ ଟ୍ରାକ କରାଯାଇ ପାରିବ । କାରଣ ତାଙ୍କ ପିରୋଧରେ ପ୍ରତ୍ୟର୍ପଣ ମାମଲା ଆରମ୍ଭ ହୋଇଯାଇଛି ସେଥିପାଇଁ ଆଉ ଭାଗିବାର ପ୍ରଶ୍ନ ଉଠୁ ନାହିଁ । ତାଙ୍କ ପୁଅ ଏବଂ ଝିଅ ଇଂଲଣ୍ଡ ରେ ବିଶ୍ୱବିଦ୍ୟାଳୟ ଖୋଲୁଛନ୍ତି । ସେ ବି ଯିବା ଆସିବା କରିବେ ।